Categories: ଜାତୀୟ

ଦେଶରେ କୋଭିଡ ଭ୍ୟାକ୍ସିନ ବଞ୍ଚାଇଛି ୩୪ ଲକ୍ଷ ଜୀବନ: ରିପୋର୍ଟ

ନୂଆଦିଲ୍ଲୀ,୨୫ ।୨: ଠିକ୍ ସମୟରେ ନାଗରିକଙ୍କୁ ଭ୍ୟାକ୍ସିନ ଦେଇ ଭାରତ ୩୪ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇ ଦେଇଛି । ଏକଥା କହିଛି ଷ୍ଟାନଫୋର୍ଡ ୟୁନିଭର୍ସିଟିର ଏକ ରିପୋର୍ଟ, ଯେଉଁଥିରେ ଭାରତର କୋଭିଡ ଭ୍ୟାକ୍ସିନ ଉପରେ ରିସର୍ଚ୍ଚ କରାଯାଇଛି । ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ଭାରତରେ ଭ୍ୟାକ୍ସିନେଶନ ପ୍ରାୟ ୧୮.୩ ବିଲିୟନ ଡଲାର କ୍ଷତିକୁ ବି ରୋକି ପାରିଛି ।
ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବିୟ ଷ୍ଟାନଫୋର୍ଡର ରିପୋର୍ଟ(‘ହିଲିଂ ଦ ଇକୋନମି: ଏଷ୍ଟିମେଟିଂ ଦ ଇକନୋମିକ ଇମ୍ପ୍ୟାକ୍ଟ ଅନ ଇଣ୍ଡିଆଜ ଭ୍ୟାକ୍ସିନେଶନ ଆଣ୍ଡ ରିଲେଟେଡ ଇସ୍ୟୁଜ)କୁ ଜାରି କରିଛନ୍ତି ।

Share