କୋଇଲା ସଙ୍କଟର ସାମ୍ନା କରିପାରେ ଭାରତ

ନୂଆଦିଲ୍ଲୀ,୨୯।୫: ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସ ଅର୍ଥାତ୍‌ ଜୁଲାଇ-ସେପ୍ଟେମ୍ବର ମଧ୍ୟରେ ଭାରତକୁ ବ୍ୟାପକ କୋଇଲା ଅଭାବର ସାମ୍ନା କରିବାକୁ ପଡ଼ିପାରେ। ବିଦ୍ୟୁତ୍‌ ଚାହିଦା ଅଧିକ ହେବାକୁ ଥିବା କାରଣରୁ ଦେଶକୁ ଏହି ସଙ୍କଟର ସାମ୍ନା କରିବାକୁ ପଡ଼ିପାରେ ବୋଲିି ରଏଟର୍ସ ତଥ୍ୟରୁ ଜଣାଯାଇଛି। ତଥ୍ୟ ଅନୁସାରେ, ବିଦ୍ୟୁତ୍‌ ମନ୍ତ୍ରଣାଳୟ ଏକ ଅନ୍ତରୀଣ କମିଟିର ରିପୋର୍ଟକୁ ନେଇ ଏହି ସୂଚନା ଦେଇଛନ୍ତି। ଏହାଦ୍ୱାରା ଦେଶରେ ପାଓ୍ବାର କଟ୍‌ ମଧ୍ୟ ବୃଦ୍ଧି ପାଇବା ନେଇ ଆଶଙ୍କା ଦେଖାଦେଇଛି। ତଥ୍ୟ ଅନୁସାରେ ଆର୍ଥିକ ବର୍ଷ ୨୦୨୨-୨୩ର ଜୁଲାଇ-ସେପ୍ଟେମ୍ବର ମଧ୍ୟରେ କୋଇଲା ଯୋଗାଣରେ ୪୨.୫ ମିଲିୟନ ଟନ୍‌ର ହ୍ରାସ ଦେଖାଦେଇପାରେ। ଏହା ପୂର୍ବ ବିଦ୍ୟୁତ୍‌ ସଙ୍କଟଠାରୁ ୧୫% ଅଧିକ ରହିବ ବୋଲି ଆକଳନ କରାଯାଉଛି। ଗତ ୩୮ ବର୍ଷ ମଧ୍ୟରେ ବର୍ତ୍ତମାନ ସମୟରେ ବିଦ୍ୟୁତ୍‌ ଶକ୍ତିର ସର୍ବାଧିକ ଚାହିଦା ରହିଛି। ଏହାଛଡ଼ା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ କାରଣରୁ କୋଇଲା ଯୋଗାଣରେ ମଧ୍ୟ ହ୍ରାସ ଦେଖାଦେଇଛି। ଫଳରେ କୋଇଲା ଦର ରେକର୍ଡ ସ୍ତରରେ ରହିଛି। ଏଭଳି ପରିସ୍ଥିତିରେ ସରକାର ବିଦ୍ୟୁତ୍‌ ଉତ୍ପାଦନ ପ୍ଲାଣ୍ଟଗୁଡ଼ିକ ଉପରେ କୋଇଲା ଆମଦାନୀ ବଢ଼ାଇବା ପାଇଁ ଚାପ ପକାଉଛନ୍ତି। ଏହାଛଡ଼ା ଅଧିକ ପରିମାଣର କୋଇଲା ଆମଦାନୀ କରି ନିଜସ୍ବ କୋଲ୍‌ ଇନ୍‌ଭେଣ୍ଟ୍ରିଜ୍‌ ପ୍ରସ୍ତୁତ ନ କରିଲେ, ସେମାନଙ୍କ ପାଇଁ ଘରୋଇ କୋଇଲା ଯୋଗାଣରେ ହ୍ରାସ କରାଯିବ ବୋଲି ବିଦ୍ୟୁତ୍‌ ପ୍ଲାଣ୍ଟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ସୂଚନା ଅନୁସାରେ, ଅଧିକାଂଶ ରାଜ୍ୟକୁ କୋଇଲା ଆମଦାନୀ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଚୁକ୍ତିନାମା ଦିଆଯାଇନାହିଁ। ଏଭଳି ପରିସ୍ଥିତିରେ ଯଦି କୋଇଲା ଆମଦାନୀ ନ କରାଯିବ, ତେବେ ଜୁଲାଇ ସୁଦ୍ଧା ଦେଶର ଅନେକ ବିଦ୍ୟୁତ୍‌ ପ୍ଲାଣ୍ଟରେ କୋଇଲା ସଙ୍କଟ ଭୀଷଣ ରୂପ ଧାରଣ କରିବ। ଏହାଛଡ଼ା ଏପ୍ରିଲ ଶେଷ ସୁଦ୍ଧା କେବଳ ଗୋଟିଏ ରାଜ୍ୟ କୋଇଲା ଆମଦାନୀ ପାଇଁ ଟେଣ୍ଡର ଦେଇଛି। ମନ୍ତ୍ରଣାଳୟର୨ଜଣ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଶୁକ୍ରବାର ଏକ ଭର୍ଚୁଆଲ୍‌ ବୈଠକ ଜରିଆରେ ଏ ସମ୍ପର୍କିତ ସୂଚନା ଦିଆଯାଇଛି। ବୈଠକରେ କୋଇଲା ଏବଂ ବିଦ୍ୟୁତ୍‌ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂ ହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂ ହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

ହାତୀ, ବାର୍‌ହାଙ୍କ ଉତ୍ପାତ: ଉଜାଡିଲେଣି ୬୪ ଏକର

ବେଗୁନିଆ,୨୯।୧୨(ହରପ୍ରସନ୍ନ ପଣ୍ଡା): ଚଳିତ ଖରିଫ ଋତୁରେ ଏବେ କ୍ଷେତରୁ ଧାନ ଫସଲ ଅମଳ ଜାରି ରହିଛି। ଏଥିସହ ଜମିରେ ରବି ଫସଲ ବୁଣାଯାଇଛି। ଅପରପକ୍ଷେ ପନିପରିବା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri