କୋଇଲା ସଙ୍କଟର ସାମ୍ନା କରିପାରେ ଭାରତ

ନୂଆଦିଲ୍ଲୀ,୨୯।୫: ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସ ଅର୍ଥାତ୍‌ ଜୁଲାଇ-ସେପ୍ଟେମ୍ବର ମଧ୍ୟରେ ଭାରତକୁ ବ୍ୟାପକ କୋଇଲା ଅଭାବର ସାମ୍ନା କରିବାକୁ ପଡ଼ିପାରେ। ବିଦ୍ୟୁତ୍‌ ଚାହିଦା ଅଧିକ ହେବାକୁ ଥିବା କାରଣରୁ ଦେଶକୁ ଏହି ସଙ୍କଟର ସାମ୍ନା କରିବାକୁ ପଡ଼ିପାରେ ବୋଲିି ରଏଟର୍ସ ତଥ୍ୟରୁ ଜଣାଯାଇଛି। ତଥ୍ୟ ଅନୁସାରେ, ବିଦ୍ୟୁତ୍‌ ମନ୍ତ୍ରଣାଳୟ ଏକ ଅନ୍ତରୀଣ କମିଟିର ରିପୋର୍ଟକୁ ନେଇ ଏହି ସୂଚନା ଦେଇଛନ୍ତି। ଏହାଦ୍ୱାରା ଦେଶରେ ପାଓ୍ବାର କଟ୍‌ ମଧ୍ୟ ବୃଦ୍ଧି ପାଇବା ନେଇ ଆଶଙ୍କା ଦେଖାଦେଇଛି। ତଥ୍ୟ ଅନୁସାରେ ଆର୍ଥିକ ବର୍ଷ ୨୦୨୨-୨୩ର ଜୁଲାଇ-ସେପ୍ଟେମ୍ବର ମଧ୍ୟରେ କୋଇଲା ଯୋଗାଣରେ ୪୨.୫ ମିଲିୟନ ଟନ୍‌ର ହ୍ରାସ ଦେଖାଦେଇପାରେ। ଏହା ପୂର୍ବ ବିଦ୍ୟୁତ୍‌ ସଙ୍କଟଠାରୁ ୧୫% ଅଧିକ ରହିବ ବୋଲି ଆକଳନ କରାଯାଉଛି। ଗତ ୩୮ ବର୍ଷ ମଧ୍ୟରେ ବର୍ତ୍ତମାନ ସମୟରେ ବିଦ୍ୟୁତ୍‌ ଶକ୍ତିର ସର୍ବାଧିକ ଚାହିଦା ରହିଛି। ଏହାଛଡ଼ା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ କାରଣରୁ କୋଇଲା ଯୋଗାଣରେ ମଧ୍ୟ ହ୍ରାସ ଦେଖାଦେଇଛି। ଫଳରେ କୋଇଲା ଦର ରେକର୍ଡ ସ୍ତରରେ ରହିଛି। ଏଭଳି ପରିସ୍ଥିତିରେ ସରକାର ବିଦ୍ୟୁତ୍‌ ଉତ୍ପାଦନ ପ୍ଲାଣ୍ଟଗୁଡ଼ିକ ଉପରେ କୋଇଲା ଆମଦାନୀ ବଢ଼ାଇବା ପାଇଁ ଚାପ ପକାଉଛନ୍ତି। ଏହାଛଡ଼ା ଅଧିକ ପରିମାଣର କୋଇଲା ଆମଦାନୀ କରି ନିଜସ୍ବ କୋଲ୍‌ ଇନ୍‌ଭେଣ୍ଟ୍ରିଜ୍‌ ପ୍ରସ୍ତୁତ ନ କରିଲେ, ସେମାନଙ୍କ ପାଇଁ ଘରୋଇ କୋଇଲା ଯୋଗାଣରେ ହ୍ରାସ କରାଯିବ ବୋଲି ବିଦ୍ୟୁତ୍‌ ପ୍ଲାଣ୍ଟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ସୂଚନା ଅନୁସାରେ, ଅଧିକାଂଶ ରାଜ୍ୟକୁ କୋଇଲା ଆମଦାନୀ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଚୁକ୍ତିନାମା ଦିଆଯାଇନାହିଁ। ଏଭଳି ପରିସ୍ଥିତିରେ ଯଦି କୋଇଲା ଆମଦାନୀ ନ କରାଯିବ, ତେବେ ଜୁଲାଇ ସୁଦ୍ଧା ଦେଶର ଅନେକ ବିଦ୍ୟୁତ୍‌ ପ୍ଲାଣ୍ଟରେ କୋଇଲା ସଙ୍କଟ ଭୀଷଣ ରୂପ ଧାରଣ କରିବ। ଏହାଛଡ଼ା ଏପ୍ରିଲ ଶେଷ ସୁଦ୍ଧା କେବଳ ଗୋଟିଏ ରାଜ୍ୟ କୋଇଲା ଆମଦାନୀ ପାଇଁ ଟେଣ୍ଡର ଦେଇଛି। ମନ୍ତ୍ରଣାଳୟର୨ଜଣ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଶୁକ୍ରବାର ଏକ ଭର୍ଚୁଆଲ୍‌ ବୈଠକ ଜରିଆରେ ଏ ସମ୍ପର୍କିତ ସୂଚନା ଦିଆଯାଇଛି। ବୈଠକରେ କୋଇଲା ଏବଂ ବିଦ୍ୟୁତ୍‌ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri