ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜାକୁ ନିନ୍ଦା କଲା ଭାରତ

ବ୍ରିସ୍‌ବେନ୍‌/ନୂଆଦିଲ୍ଲୀ,୪ା୩: ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ବନ୍ଦ ହେବାର ନାଁ ନେଉନି। ଶନିବାର ବ୍ରିସବେନର ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରରେ ଖଲିସ୍ତାନ ସମର୍ଥକଙ୍କ ଦ୍ୱାରା ଭଙ୍ଗାରୁଜା କରାଯାଇଛି। ମନ୍ଦିରର ସଭାପତି ସତୀନ୍ଦର ଶୁକ୍ଳା କହିଛନ୍ତି, ଆଜି ସକାଳେ ମନ୍ଦିରର ପୁରୋହିତ ଏବଂ ଭକ୍ତମାନେ ଫୋନ୍‌ କରି ଆମ ମନ୍ଦିରର ସୀମାରେ ଥିବା ଭଙ୍ଗାରୁଜା ବିଷୟରେ ମୋତେ ଜଣାଇଥିଲେ। ଏହି ଭଙ୍ଗାରୁଜାକୁ ଭାରତ ନିନ୍ଦା କରିଛି। ଏଥିସହ କାନବେରାରେ ଅଷ୍ଟ୍ରେଲିଆ ସରକାରଙ୍କ ବିରୋଧରେ ଏହି ମାମଲା ଉଠାଇଛି ଏବଂ ଅପରାଧୀଙ୍କ ବିରୋଧରେ ଶୀଘ୍ର ତଦନ୍ତ କରିବାକୁ ଦାବି କରିଛି।

ଏମ୍‌ଇଏ ମୁଖପାତ୍ର ଅରିନ୍ଦମ ବାଗ୍‌ଚି ଆଶ୍ୱାସନା ଦେଇଛନ୍ତି, ‘ଅଷ୍ଟ୍ରେଲିଆରେ ଆମର କନ୍‌ସୁଲେଟ ଜେନେରାଲ ସ୍ଥାନୀୟ ପୋଲିସ ସହ ଏହି ମାମଲା ନେଇଛନ୍ତି। ଅପରାଧୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଭବିଷ୍ୟତରେ ଏପରି ଘଟଣାକୁ ରୋକିବା ପାଇଁ ଆମେ ଅନୁରୋଧ କରିଛୁ ବୋଲି ସେ କହିଛନ୍ତି।

Share