Categories: Home Leftଖେଳ

ଗୌତମ ଗମ୍ଭୀରଙ୍କ ଚାକିରି ବିପଦରେ! ବିଗୁଡୁଛି ଡ୍ରେସିଂ ରୁମର ମାହୋଲ

ନୂଆଦିଲ୍ଲୀ,୪।୮: ଗୌତମ ଗମ୍ଭୀର ହେଡ କୋଚ୍‌ ହେବା ପରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିଥିଲେ ମଧ୍ୟ, ସତ୍ୟ ଏହା ଯେ ବିଶେଷ କରି ଟେଷ୍ଟ କ୍ରିକେଟରେ ଦଳର ପ୍ରଦର୍ଶନ ଭଲ ରହି ନାହିଁ। ନିକଟରେ ଆୟର୍ଲ୍ୟାଣ୍ଡ ଏବଂ ଇଂଲଣ୍ଡଠାରୁ ସିରିଜ ହାରିବା ପରେ ଗମ୍ଭୀର ପୁଣି ଥରେ ଟାର୍ଗେଟକୁ ଆସିଯାଇଛନ୍ତି।

ତଥ୍ୟଗୁଡ଼ିକ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଗମ୍ଭୀରଙ୍କ କାର୍ଯ୍ୟକାଳ ଅତ୍ୟନ୍ତ ସଫଳ ରହି ନାହିଁ। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୋର୍ଡର କେତେଜଣ ଅଧିକାରୀ ଏବଂ ଡ୍ରେସିଂ ରୁମର କିଛି ସଦସ୍ୟ ମଧ୍ୟ ଗମ୍ଭୀରଙ୍କ କୋଚିଂ ଶୈଳୀ ଉପରେ ଆପତ୍ତି ପ୍ରକାଶ କରିଛନ୍ତି। ଗୋଟିଏ ବର୍ଷ ପୂର୍ବେ ଗମ୍ଭୀରଙ୍କୁ ଯେଉଁ ସମର୍ଥନ ମିଳୁଥିଲା, ତାହା ବର୍ତ୍ତମାନ କମିବାରେ ଲାଗିଛି।

ଗମ୍ଭୀର ସର୍ବଦା ନିର୍ଭୀକ ଭାବରେ ପ୍ରଶ୍ନର ଉତ୍ତର ଦେଇଆସିଛନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କ ପାଇଁ ସମସ୍ୟା ବୃଦ୍ଧି ପାଉଛି। ରିପୋର୍ଟ ଅନୁଯାୟୀ, ବିସିସିଆଇର କିଛି ଅଧିକାରୀଙ୍କର ମତ ଯେ ଗମ୍ଭୀର ପ୍ରାୟତଃ ପରାଜୟର ଦାୟିତ୍ୱ ଖେଳାଳି, ସପୋର୍ଟ ଷ୍ଟାଫ ଏବଂ ସେଣ୍ଟର ଅଫ ଏକ୍ସଲେନ୍ସ ଉପରେ ଲଦି ଦିଅନ୍ତି। ଗମ୍ଭୀର କେବେ ବି ଟିମ ମ୍ୟାନେଜମେଣ୍ଟର ଭୁଲ ସ୍ବୀକାର କରନ୍ତି ନାହିଁ।

Odisha’s No.1 Odia Daily