ପ୍ରତିରକ୍ଷା କ୍ଷେତ୍ରରେ ପ୍ରଥମ ୧୦୦ ପ୍ରତିଶତ ଏଫଡିଆଇକୁ ମଞ୍ଜୁରୀ, ଭାରତରେ ରକେଟ ନିର୍ମାଣ କରିବ ବିଦେଶୀ କମ୍ପାନୀ

ନୂଆଦିଲ୍ଲୀ,୫/୧୧: ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ ଉତ୍ପାଦନ ପାଇଁ ବଡ ନିବେଶକୁ ସରକାର ମଞ୍ଜୁରୀ ଦେଇଛନ୍ତି। ସରକାର ପ୍ରଥମ ଥର ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ୧୦୦ ପାତିଶତ ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫଡ଼ିଆଇ) କୁ ମଞ୍ଜୁରୀ ଦେଇଛନ୍ତି। ଏହି ନିବେଶ ପରେ ଭାରତରେ ରକେଟ ନିର୍ମାଣ ସହିତ ଜଡିତ। ଅର୍ଥାତ ବିଶ୍ୱର ଏହି ପ୍ରସିଦ୍ଧ କମ୍ପାନୀ ଭାରତରେ ମେଡ଼-ଇନ-ଇଣ୍ଡିଆ ରାକେଟ ନିର୍ମାଣ କରିବ।

ଇକୋନୋମିକ ଟାଇମ୍ସ ରିପୋର୍ଟ ଅନୁଯାୟୀ ସରକାର ଯେଉଁ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ତାହା ସ୍ୱିଡ଼େନର ସାଵ କମ୍ପାନୀର ଅଟେ। ଭାରତରେ ରକେଟ ଉତ୍ପାଦନ କରିବାକୁ ଏହି ପ୍ରସ୍ତାବ ଦେଇଥିଲା। ଏଥିପାଇଁ ସାଵ ଏଫବିବିଆଇ ଇଣ୍ଡିଆ ନାମରେ ଭାରତରେ ଏକ କମ୍ପାନୀ ପଞ୍ଜିକୃତ କରାଯାଇଛି। କମ୍ପାନୀ ଭାରତରେ ‘କାର୍ଲ ଗୁସ୍ତାଫ ଏମ ୪ ସିଷ୍ଟମ ରକେଟ’ର ନୂଆ ପିଢ଼ି ନିର୍ମାଣ କରିବ। ଏହି ଏଫଡ଼ିଆଇ ପ୍ରସ୍ତାବର ମୂଲ୍ୟ ୫୦୦ କୋଟି ଠାରୁ ସାମାନ୍ୟ କମ୍ ବୋଲି କୁହାଯାଉଛି।

ଏହି କମ୍ପାନୀ ବର୍ତ୍ତମାନ ପର୍ୟ୍ୟନ୍ତ କାର୍ଲ ଗୁସ୍ତାଫ ଏମ ୪ ସିଷ୍ଟମ ରକେଟ କେବେଳ ସ୍ଵିଡେନରେ ନିର୍ମାଣ କରୁଥିଲା। ତେବେ ଏହି ରକେଟକୁପ୍ରବୃ ଭାରତୀୟ ସେନା ବ୍ୟବହାର କରୁଛି। ଏହି ପ୍ରସ୍ତାବିତ ରକେଟ କାରଖାନା ହରିୟାଣାରେ ହୋଇପାରେ ବୋଲି କୁହାଯାଉଛି। ଆଗାମୀ ବର୍ଷ କମ୍ପାନୀ ଏହାର ଉତ୍ପାଦନ ଆରମ୍ଭ କରିବ ବୋଲି ସାଵ ପକ୍ଷରୁ ଏହାର ୱେବସାଇଟରେ ସୂଚନା ଦେଇଛି।

Share