ରୁଷିଆରେ ଏକାଠି ଯୁଦ୍ଧାଭ୍ୟାସ କରିବେ ଭାରତ-ଚାଇନା ସେନା, ସାଥିରେ ରହିବେ ବେଲାରୁଷ, ତାଜିକିସ୍ତାନ, ମଙ୍ଗୋଲିଆ

ବେଜିଂ.୧୮ ।୮: ପୂର୍ବ ଲଦ୍ଦାଖର ଏଲଏସିରେ ୨ ବର୍ଷରୁ ଅଧିକ ସମୟ ହେବ ଚାଇନା ସେନାଙ୍କ ଗତିରୋଧ ମଧ୍ୟରେ ଏବେ ଭାରତ ଓ ଚାଇନା ସେନା ରୁଷିଆରେ ହେବାକୁ ଥିବା ବିଶ୍ୱ ଯୁଦ୍ଧାଭ୍ୟାସରେ ଏକାଠି ଭାଗ ନେବେ ବୋଲି ଜଣାପଡିଛି । ବୁଧବାର ଚାଇନା ଏହି ଯୁଦ୍ଧାଭ୍ୟାସରେ ଯୋଗଦେବା କଥା ଘୋଷଣା କରିଛି । ଚଳିତ ମାସ ଶେଷକୁ ଆୟୋଜିତ ଏହି ଯୁଦ୍ଧାଭ୍ୟାସରେ ଭାରତୀୟ ସେନା ବି ସାମିଲ ହେବାକୁ ଯାଉଛି ।
ଚାଇନା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଚାଇନା ଓ ରୁଷିଆ ସେନାଙ୍କ ମଧ୍ୟରେ ବାର୍ଷିକ ସହଯୋଗ ଯୋଜନା ଅନୁଯାୟୀ, ଚାଇନା ପିପୁଲ୍ସ ଲିବରେଶନ ଆର୍ମି(ପିଏଲଏ) ଯୁଦ୍ଧାଭ୍ୟାସରେ ଭାଗ ନେବାକୁ କିଛି ସେନାଙ୍କୁ ରୁଷିଆ ପଠାଇବ । ଏହି ଯୁଦ୍ଧାଭ୍ୟାସରେ ଭାରତ ସମେତ ବେଲାରୁଷ, ତାଜିକିସ୍ତାନ, ମଙ୍ଗୋଲିଆ ଓ ଅନ୍ୟ ଦେଶମାନେ ଭାଗନେବାକୁ ଯାଉଛନ୍ତି ।

Share