Categories: ଜାତୀୟ

ସୁଧୁରିବାର ନାଁ ଧରୁନି ଚାଇନା: ପୁଣି ସୀମାରେ କଲା ଗୁଳିମାଡ

ନୂଆଦିଲ୍ଲୀ,୮।୯: ଭାରତ-ଚାଇନା ସୀମାରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ସୋମବାର ବିଳମ୍ବିତ ରାତିରେ ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (ଏଲଏସି)ରେ ଭାରତ-ଚାଇନା ସେନା ମଧ୍ୟରେ ଗୁଳି ବିନିମୟ ଘଟିଥିବା ସୂଚନା ମିଳିଛି। ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (ଏଲଏସି)ରେ ଭାରତ-ଚାଇନା ସେନା ମଧ୍ୟରେ ଗୁଳି ବିନିମୟ ଘଟିଥିବା ସୂଚନା ମିଳିଛି। ବର୍ତ୍ତମାନ ସ୍ଥିତି ନିୟମନ୍ତ୍ରଣାଧିନ ଥିବା ଜଣାପଡିଛି। ଚାଇନା ପ୍ରଥମେ ତା’ ଆଡୁ ଭାରତୀୟ ପୋଷ୍ଟ୍‌ରେ ଗୁଳି ଚାଳନା କରିବା ପରେ ଭାରତୀୟ ସେନା ତାହାର ଜବାବରେ ପାଲଟା ଗୁଳି ଚାଳନା କରିଥିଲା। ଚାଇନା ଏହି ଘଟଣା ପାଇଁ ଭାରତକୁ ଦାୟୀ କରିଛି। ସୂଚନାଯୋଗ୍ୟ, ଆସନ୍ତା ୧୦ ତାରିଖରେ ଦୁଇ ଦେଶର ବୈଦେଶିକମନ୍ତ୍ରୀସ୍ତରୀୟ ବୈଠକ ହେବାକୁ ଯାଉଛି। ଏହାପୂର୍ବରୁ ସୀମାରେ ଉତ୍ତେଜନା ପ୍ରକାଶ ପାଇଛି।

Share