Categories: ଜାତୀୟ

ଭାରତ-ଚାଇନା ସୀମା ବିବାଦକୁ ନେଇ ହେବ କଥାବାର୍ତ୍ତା

ନୂଆଦିଲ୍ଲୀ,୧୨ ।୧୦: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ବଢି ଚାଲିଛି । ଉଭୟ ସୀମାରେ ସେନା ମୁତୟନ ରହିଛନ୍ତି । ଏହାକୁ ନେଇ ଖୁବ୍ ଲମ୍ବା ସମୟ ପରେ ସୋମବାର ଉଭୟ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ହେବ । ଏଥିରେ ଭାରତ, ଚାଇନା ସେନାଙ୍କୁ ପଛକୁ ହଟାଇବା ଉପରେ ଜୋର ଦେବ ବୋଲି ଅନୁୂମାନ କରାଯାଉଛି । ସୋମବାର ମଧ୍ୟାହ୍ନରେ ଏହି ବୈଠକ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ, ଉଭୟ ଦେଶର ସୀମାକୁ ନେଇ ଗତ ମେ’ ମାସରୁ ବିବାଦ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଜୁଲାଇରେ ଏହାକୁ ନେଇ କଥାବାର୍ତ୍ତା ହୋଇଥିଲା । ଏଥିରେ ସେନାଙ୍କୁ ପଛକୁ ହଟାଇବା କଥା ଉଠିଥିଲେ ମଧ୍ୟ ଚାଇନା ଏପର୍ଯ୍ୟନ୍ତ ଏଥିରେ ରାଜି ହୋଇନାହିଁ । ସୋମବାର ଅନୁଷ୍ଠିତ ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯିବାର କାରଣ ହେଉଛି ଏହା ଉଭୟ ଦେଶ ମଧ୍ୟରେ ଶେଷ ବୈଠକ ହୋଇପାରେ ।

Share