ପାକ୍‌ ଦେଇ ଆଫଗାନିସ୍ତାନକୁ ଗହମ ଯୋଗାଇ ପାରିବ ଭାରତ

ଇସଲାମାବାଦ,୧୩ା୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି, ସେ ଆଫଗାନିସ୍ତାନର ଆବେଦନ ଉପରେ ବିଚାର କରିବାକୁ ପ୍ରସ୍ତୁତ। ଯେଉଁଥିରେ ପାକିସ୍ତାନ ଦେଇ ଭାରତୀୟ ଗହମ ଆମଦାନୀ କରିବାକୁ ଅନୁମତି ମାଗିଛି ଆଫଗାନିସ୍ତାନ। ଏହା ସହିତ ସେ ଅନ୍ତର୍ଜାତୀୟ ସମୁଦାୟକୁ ମାନବିକ ସଙ୍କଟର ସମ୍ମୁଖୀନ ହେଉଥିବା ଦେଶର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସାମୂହିକ ଦାୟିତ୍ୱ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁଟାକିଙ୍କ ଗସ୍ତ ସମୟରେ ଏହି କଥା ଆସିଛି। ମୁଟାକି ତାଙ୍କର ପ୍ରଥମ ବିଦେଶ ଗସ୍ତରେ ପାକିସ୍ତାନ ଆସିଥିଲେ। ତାଙ୍କ ସହ ୨୦ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ମଧ୍ୟ ଯୋଗ ଦେଇଥିଲେ। ଇମ୍ରାନ କହିଛନ୍ତି, ଆମେ ଆମର ଆଫଗାନିସ୍ତାନ ଭାଇମାନଙ୍କ ଅନୁରୋଧକୁ ବିଚାର କରିବୁ, ଯେଉଁଥିରେ ସେମାନେ ଭାରତୀୟ ଗହମକୁ ପାକିସ୍ତାନ ଦେଇ ଯିବାକୁ ଅନୁମତି ମାଗିଛନ୍ତି। ସେ କହିଛନ୍ତି, ମାନବିକତା ଦୃଷ୍ଟିରୁ ସ୍ବତନ୍ତ୍ର ପରିସ୍ଥିତିରେ ପାକିସ୍ତାନ ଏହି ଅନୁରୋଧକୁ ବିଚାର କରିବାକୁ ପ୍ରସ୍ତୁତ।

ଆଫଗାନିସ୍ତାନର ମାନବିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ଆଫଗାନିସ୍ତାନକୁ ସାହାଯ୍ୟ କରୁଛି। ଗତ ଦଶନ୍ଧି ମଧ୍ୟରେ ଏଥିରେ ଏକ ମିଲିୟନ ଟନ୍‌ ଗହମର ସହାୟତା ମଧ୍ୟ ଅନ୍ତର୍ଭୁକ୍ତ। ଗତ ବର୍ଷ ମଧ୍ୟ ଆଫଗାନିସ୍ତାନକୁ ଭାରତ ୭୫୦୦୦ ଟନ୍‌ ଗହମ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri