Categories: ଜାତୀୟ

ଆମେରିକା ରିପୋର୍ଟକୁ ପକ୍ଷପାତଯୁକ୍ତ-ଅସତ୍ୟ କହିଲା ଭାରତ …

ନୂଆଦିଲ୍ଲୀ, ୨।୭ : ଭାରତରେ ଧାର୍ମିକ ହିଂସା ବୃଦ୍ଧି ପାଉଥିବା ନେଇ ୟୁଏସ୍‌ ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧିନତା କମିଶନ(ୟୁଏସ୍‌ସିଆଇଆର୍‌ଏଫ୍‌)ଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟକୁ ଭାରତ ପକ୍ଷପାତଯୁକ୍ତ ଏବଂ ଅସତ୍ୟ ବୋଲି କହିଛି। ଶନିବାର ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗ୍‌ଚି କହିଛନ୍ତି ଯେ, ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ୟୁଏସ୍‌ସିଆଇଆର୍‌ଏଫ ପକ୍ଷରୁ ଜାରି ହୋଇଥିବା ରିପୋର୍ଟକୁ ଭୁଲ ଭାବେ ଉପସ୍ଥାପନା କରାଯାଇଛି। ରିପୋର୍ଟ ପ୍ରସ୍ତୁତିରେ ଭାରତୀୟ ସମ୍ବିଧାନ, ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସ୍ଥିତି ଉପରେ କୌଣସି ଉପଯୁକ୍ତ ଆଧାରକୁ ଗ୍ରହଣ କରାଯାଇ ନାହିଁ ବୋଲି ବାଗ୍‌ଚି କହିଛନ୍ତି। ୟୁଏସ୍‌ସିଆଇଆର୍‌ଏଫ ରିପୋର୍ଟ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ।

ପୂର୍ବରୁ ୟୁଏସ୍‌ସିଆଇଆର୍‌ଏଫ୍‌ ଟୁଇଟର ହ୍ୟାଣ୍ଡେଲରେ କମିଶନର ଡେଭିଡ୍‌ କ୍ୟୁରେ ଭାରତରେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ସରକାରୀ ଚାପ ବୃଦ୍ଧି ପାଉଥିବା ନେଇ ମନ୍ତବ୍ୟ ପ୍ରଦାନ କରିଥିଲେ।
ସେହିପରି ୟୁଏସ୍‌ସିଆଇଆର୍‌ଏଫ୍‌ କମିଶନର ଷ୍ଟିଫେନ ସାଚନେକ୍‌ ଭାରତରେ ମାନବିକ ଅଧିକାର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି, ସାମାଜିକ କର୍ମୀ ଏବଂ ଧାର୍ମିକ ନେତାଙ୍କୁ ବିଭିନ୍ନ କ୍ଷେତ୍ରରେ ହତାଶ କରାଯାଉଛି। ଏହା ଭାରତୀୟ ଇତିହାସ ଏବଂ ଗଣତନ୍ତ୍ରର ପ୍ରତିଫଳନ ନୁହେଁ ବୋଲି ସେ ଟୁଇଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଥିଲେ।
ଏହାକୁ ନେଇ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି।

Share