Categories: ଜାତୀୟ

ଲଦାଖରେ ରାସ୍ତା ନିର୍ମାଣରେ ଭାରତର ରେକର୍ଡ

ନୂଆଦିଲ୍ଲୀ,୪।୮: ଲଦାଖର ପୂର୍ବାଞ୍ଚଳରେ ୧୯,୩୦୦ ଫୁଟ୍‌ ଉପରେ ରାସ୍ତା ନିର୍ମାଣ କରିଛି ସୀମା ସଡକ ସଂଗଠନ (ବିଆରଓ)। ଏହାକୁ ବିଶ୍ୱର ଉଚ୍ଚତମ ରାସ୍ତା ବୋଲି ସରକାରଙ୍କ ପକ୍ଷରୁ ବୁଧବାର ଏକ ବିବୃତିରେ କୁହାଯାଇଛି।

ମାଉଣ୍ଟ ଏଭରେଷ୍ଟ ବେସ କ୍ୟାମ୍ପଠାରୁ ଢେର ଉଚ୍ଚରେ ନିର୍ମାଣ କରାଯାଇଛି ଉମଲିଙ୍ଗଲା ପାସ। ନେପାଳ ସ୍ଥିତ ଏଭରେଷ୍ଟର ଦକ୍ଷିଣ ବେସ୍‌ କ୍ୟାମ୍ପ ସମୁଦ୍ର ପତନ ଠାରୁ ୧୭,୫୯୮ ଫୁଟ୍‌ ଉପରେ ଥିବାବେଳେ ତିବେତରେ ଥିବା ଉତ୍ତର ବେସ୍‌ କ୍ୟାମ୍ପ ୧୬,୯୦୦ ଫୁଟ୍‌ ଉପରେ ଅବସ୍ଥିତ।

ଉମଲିଙ୍ଗଲା ପାସଠାରେ ୧୯,୩୦୦ ଫୁଟ୍‌ ଉଚ୍ଚତା ଉପରେ ରାସ୍ତା ନିର୍ମାଣ କରାଯାଇଛି। ପୂର୍ବରୁ ଏହି ରେକର୍ଡ ଥିଲା ବୋଲିଭିଆରେ ଜ୍ୱାଲାମୁଖୀକୁ ଯୋଡ଼ୁଥିବା ରାସ୍ତା (୧୮,୯୫୩ ଫୁଟ୍‌) ନାମରେ। ବ୍ଲାକ ଟପ୍‌ ରୋଡ୍‌କୁ କନେକ୍ଟ କରୁଥିବା ଉମଲିଙ୍ଗଲା ପାସ୍‌ ଲଦାଖରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Share