ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି। ଭାରତରେ ସେ ନିଶାଦ୍ରବ୍ୟ ଚୋରା କାରବାର ଏବଂ ଅନ୍ୟାନ୍ୟ ଅପରାଧ ମାମଲାରେ ବିଚାରର ସମ୍ମୁଖୀନ ହେବେ। ଏହା ସରକାରଙ୍କ ପାଇଁ ଏକ ବଡ଼ ସଫଳତା ବୋଲି ଶାହା କହିଛନ୍ତି।

ନଭ ନାମରେ ଜଣାଶୁଣା ସିଂ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ସିଣ୍ଡିକେଟ୍‌ ତଦନ୍ତର ମୁଖ୍ୟ ସନ୍ଦିଗ୍ଧ ଥିଲେ। ସେ ଭାରତ, ଆଫଗାନିସ୍ତାନ ଏବଂ ତୁର୍କୀରୁ ନିଶା କାରବାର ଚଳାଇଥିଲେ। ଜାଲ୍‌ ପରିଚୟ ଦେଇ ସେ ତୁର୍କୀର ନାଗରିକତ୍ୱ ହାସଲ କରିଥିଲେ ମଧ୍ୟ ଭାରତ ତାଙ୍କୁ ଫେରାଇ ଆଣିବାରେ ସଫଳ ହୋଇଛି। ସେ ଆଫଗାନିସ୍ତାନରୁ ଭାରତକୁ ମେଥାମଫେଟାମାଇନ୍‌ ଓ ହେରୋଇନ ଚୋରା ଚାଲାଣ କରୁଥିଲେ। ଏକାଧିକ ମାମଲାରେ ପୋଲିସ ତାଙ୍କୁ ହାଜତକୁ ନେଇ ଜେରା କରୁଛି।

Share