Posted inଜାତୀୟ

ଭାରତ ଚାଇନା ସୀମା ପ୍ରସଙ୍ଗ: ସଂସଦରେ କହିବାର ଅନୁମତି ଦେଉ ନାହାନ୍ତି ସରକାର,କଂଗ୍ରେସ ଆଣିଲା ଅଭିଯୋଗ…

ନୂଆଦିଲ୍ଲୀ,୩୦।୫ : ଭାରତ ଚାଇନା ସୀମା ପ୍ରସଙ୍ଗରେ କଂଗ୍ରେସ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ର ପରିସ୍ଥିତି ସମ୍ପର୍କରେ ସରକାର ଖୁବ ଶୀଘ୍ର ଏକ ଶ୍ୱେତପତ୍ର ଜାରି କରିବା ଉଚିତ ବୋଲି କଂଗ୍ରେସର ବରିଷ୍ଠ ନେତା ମନୀଷ ତିୱାରୀ ମଙ୍ଗଳବାର କହିଛନ୍ତି।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ପୂରଣ ହେବାକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ସେ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି। ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଏନଡିଏ ସରକାର ଏହି ସମୟ ମଧ୍ୟରେ କେବଳ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବା ସହିତ ଠକି ଚାଲିଛନ୍ତି।

କୌଣସି ସରକାରଙ୍କୁ ପାଞ୍ଚଟି ମାନଦଣ୍ଡ ଅନୁଯାୟୀ ଦେଶ ଶାସନ କରିବାକୁ ପଡିଥାଏ। ଏଗୁଡ଼ିକ ହେଉଛି ଭାରତର ବାହ୍ୟ ସୁରକ୍ଷା, ଅର୍ଥନୀତିର ସ୍ଥିତି, ସାମାଜିକ ସମନ୍ବୟ, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବିଶ୍ୱ ସହିତ ଭାରତର ସମ୍ପର୍କ ଏବାଂ ଏହାର ବୈଦେଶିକ ନୀତି। ଗତ ନଅ ବର୍ଷ ମଧ୍ୟରେ ଏନଡିଏ ସରକାର ଏହି ସବୁ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡକୁ ପାଳନ କରିବାରେ ପଛୁଆ ରହିଛନ୍ତି।

ଭାରତ ବହୁ ଦଶନ୍ଧି ଧରି ବାହ୍ୟ ସୁରକ୍ଷା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ଆଜି ବି ସେଥିରେ କୌଣସି ଉନ୍ନତି ହୋଇନାହିଁ। ଗତ ତିନିବର୍ଷ ମଧ୍ୟରେ ଚାଇନାର ଆକ୍ରମଣ ବୃଦ୍ଧି ପାଇଛି।

ଦୁର୍ଭାଗ୍ୟବଶତଃ ଚାଇନା ଆକ୍ରମଣ ବିଷୟରେ ଦେଶକୁ ଖୋଲାଖୋଲି କହିବା ପରିବର୍ତ୍ତେ ସରକାର ସେପ୍ଟେମ୍ବର ୨୦୨୦ ପରଠାରୁ ସଂସଦରେ ଏହି ବିଷୟରେ କୌଣସି ଆଲୋଚନା କରିବାକୁ ଅନୁମତି ଦେଇ ନାହାଁନ୍ତି। ସଂସଦର ସଦସ୍ୟମାନେ ଉଠାଇଥିବା ସମସ୍ତ ପ୍ରଶ୍ନ, ଏପରିକି ଶାସକ ଦଳ ପକ୍ଷରୁ ମଧ୍ୟ ଜାତୀୟ ସୁରକ୍ଷା ଆଧାରରେ ବିଚାର କରାଯାଇ ନାହିଁ।

ଚାଇନ ସହିତ ଏଲଏସିରେ ଅବସ୍ଥା କ’ଣ, କେତେ ବଫର୍‌ ଜୋନ ସୃଷ୍ଟି ହୋଇଛି, ସେମାନଙ୍କ ମଧ୍ୟରୁ କେତେଜଣ ଭାରତୀୟ ଅଞ୍ଚଳରେ ଅଛନ୍ତି ଏନେଇ ସରକାର ତୁରନ୍ତ ଏକ ଶ୍ୱେତ ପତ୍ର ପ୍ରକାଶ କରନ୍ତୁ। ଆମେ ଅନେକ କ୍ଷେତ୍ର ଉପରେ ନିୟନ୍ତ୍ରଣ ହରାଇଛୁ। ଏ ସମ୍ପର୍କରେ ଏକ ସ୍ପଷ୍ଟ ବିବୃତ୍ତି ସରକାରଙ୍କ ପକ୍ଷରୁ ମଧ୍ୟ ଦିଆଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri