Posted inଜାତୀୟ

ପୁରୁଣା ସହଯୋଗୀଙ୍କୁ ସାଙ୍ଗରେ ନେବାକୁ ଇଣ୍ଡିଆ ବ୍ଲକ୍‌ ନିଷ୍ପତ୍ତି ଆଜି

ଲୋକ ସଭା ନିର୍ବାଚନରେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାବେଳେ ମ୍ୟାଜିକ୍‌ ସଂଖ୍ୟା ୨୭୨ ହାସଲ କରିବାରେ ବିଫଳ ହୋଇଛି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆ ବ୍ଲକ୍‌ର ସହଯୋଗୀ ଦଳ ନେତାମାନଙ୍କର ଜରୁରୀ ବୈଠକ ବୁଧବାର ଡକାଯାଇଛି। କେନ୍ଦ୍ରରେ ସରକାର ଗଢ଼ିବା ପାଇଁ ମେଣ୍ଟର ପୂର୍ବତନ ସହଯୋଗୀ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ତେଲୁଗୁ ଦେଶମ୍‌ ପାର୍ଟିକୁ ସାଙ୍ଗରେ ନେବା ପାଇଁ ନିବେଦନ କରାଯିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର କହିଛନ୍ତି। ଏହି ୨ ଦଳ ଏବେ ଏନ୍‌ଡିଏର ସହଯୋଗୀ ଅଛନ୍ତି। ଏହା ବ୍ୟତୀତ ବୈଠକରେ ଏକାଧିକ ପ୍ରଶ୍ନ ଉପରେ ଆଲୋଚନା କରାଯିବ ବୋଲି ରାହୁଲ ଏକ ଖବରଦାତା ସମ୍ମିଳନୀକୁ କହିଛନ୍ତି। ସହଯୋଗୀ ଦଳଗୁଡ଼ିକର ମତାମତ ନ ନେଇ ଆମେ କିଛି କହିପାରିବୁ ନାହିଁ। ବୁଧବାର ବୈଠକରେ ମେଣ୍ଟ ଯାହା ନିଷ୍ପତ୍ତି ନେବ ତାହା କାର୍ଯ୍ୟକାରୀ ହେବ ବୋଲି କଂଗ୍ରେସ ନେତା କହିଛନ୍ତି। ଲୋକ ସଭା ନିର୍ବାଚନରେ ଲଢ଼େଇ ମୁଖ୍ୟତଃ ସମ୍ବିଧାନର ସୁରକ୍ଷା ପାଇଁ ହୋଇଥିଲା। ଦେଶର ସବୁଠୁ ଗରିବ ଏବଂ ପଛୁଆ ବର୍ଗ ସମ୍ବିଧାନର ସୁରକ୍ଷା ପାଇଁ ଛିଡ଼ା ହୋଇଛନ୍ତି ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାଳ ଧରି ବୁଲୁଛି ପାକିସ୍ତାନ, କିନ୍ତୁ ‘ରାଣୀ’ ମରିୟମ କିଣୁଛନ୍ତି ଏତେ ଟଙ୍କାର ବିମାନ, ଜାଣନ୍ତୁ ନୱାଜ ସରିଫଙ୍କ ରାଜକୁମାରୀ କେତେ ଧନୀ

ଇସଲାମାଦାଦ,୨୨।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ବର୍ତ୍ତମାନ ଏକ ବିଳାସପୂର୍ଣ୍ଣ ବିମାନ କିଣିବାକୁ ନେଇ ଖବରରେ ଅଛନ୍ତି।…

ଏହି ହୋଟେଲରେ ରୁଟି ଖାଉଥିଲେ ସାବଧାନ! ଛେପ ପକାଇ କରୁଥିଲେ, ଭାଇରାଲ ହେଉଛି ଭିଡିଓ

ଲକ୍ଷ୍ନୌ,୨୨।୨: ଛେପ ପକାଇ ରୁଟି ପ୍ରସ୍ତୁତ କରିବାର ଏକ ଭିଡିଓ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉତ୍ତରପ୍ରଦେଶ ଆଲିଗଡ ରୋରାୱାର ପୋଲିସ ଷ୍ଟେସନ…

ଫସିଗଲା ପାକିସ୍ତାନ: ପ୍ରଥମ ମ୍ୟାଚ୍‌ ବାତିଲ, ସେମିଫାଇନାଲ ଖେଳିବା ଏକପ୍ରକାର ମୁସ୍କିଲ? କିଛି ଏମିତି…  

କଲମ୍ବୋ,୨୨।୨: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଛି। ଗ୍ରୁପ-୨ ରେ ଥିବା ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ କଲମ୍ବୋର…

IRS ଅଫିସରଙ୍କ ନାଁରେ ସଙ୍ଗୀନ ଅଭିଯୋଗ, କେହି ନଥିବା ବେଳେ ଯୁବତୀଙ୍କୁ ସରକାରୀ କ୍ୱାର୍ଟର୍ସରେ ବଳାତ୍କାର

ଭୁବନେଶ୍ୱର,୨୨।୨: ଆଇଆରଏସ୍ ଅଫିସରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ । ସତ୍‌ସଙ୍ଗ ବିହାର ସରକାରୀ କ୍ବାର୍ଟର୍ସରେ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଏହାସହ ବଳାତ୍କାର ସମୟରେ ଭିଡିଓ…

ଚଳନ୍ତା ଟ୍ରେନ୍‌ରେ ମହିଳାଙ୍କ ପ୍ରସବ ବେଦନା, ତାପରେ ହଠାତ୍ ହେଲା…

ଭୁବନେଶ୍ୱର,୨୨।୨(ତ୍ରିନାଥ ମହାନ୍ତି): ଦୂରୋନ୍ତ ଏକ୍ସପ୍ରେସ୍‌ରେ ବେଙ୍ଗାଲୁରୁରୁ ହାଓଡ଼ା ଯାଉଥିଲେ ଜଣେ ଗର୍ଭବତୀ। ଶନିବାର ସକାଳ ୧୦ଟାରେ ଚଳନ୍ତା ଟ୍ରେନରେ ଗର୍ଭବତୀ କାତ୍ରିନା କୁଲୁ ପ୍ରସବଜନିତ ଯନ୍ତ୍ରଣା ପାଇଥିଲେ। ଚଳନ୍ତା…

୪୪,୨୦୦ କୋଟିର ୧୦ ପ୍ରକଳ୍ପକୁ ଏଚ୍‌ଏଲ୍‌ସିଏରେ ମଞ୍ଜୁରୀ, ସୃଷ୍ଟିହେବ ୯ ହଜାର ନିଯୁକ୍ତି

ଭୁବନେଶ୍ୱର,୨୨।୨ (ଅନୁରାଧା ମହାରାଣା): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ଲୋକସେବା ଭବନଠାରେ ୪୪ତମ ହାଇ ଲେଭଲ କ୍ଲିୟରାନ୍ସ ଅଥରିଟି(ଏଚ୍‌ଏଲ୍‌ସିଏ) ବୈଠକରେ ୪୪,୨୦୦ କୋଟି ଟଙ୍କାର…

ସ୍ୱଂୟ ସହାୟକ ଦ୍ୱାରା କରାଯାଇଥିବା ଫୁଲ ଚାଷ ଦେଖିଲେ ଜିଲାପାଳ, ପାହାଡ଼ ଚଢ଼ି….

ପଟ୍ଟାଙ୍ଗି,୨୨।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ଜିଲାପାଳ ମନୋଜ ସତ୍ୟବାନ୍ ମହାଜନ୍ ଗସ୍ତ କରି ପଞ୍ଚାୟତର ବିଭିନ୍ନ କାର୍ଯ୍ୟକ୍ରମ…

ବଗିଚାରେ କାମ କରୁଥିବା ବେଳେ ୨ ଜଣଙ୍କୁ ଦଳିଦେଲା ଦନ୍ତା, ଜଣଙ୍କୁ ଦଳିଲା….

ଦିଗପହଣ୍ଡି,୨୨।୨(ଅଶେଷ ନାଥ ମିଶ୍ର): ଜଲମେରିପଲ୍ଲୀରେ ୨ ଜଣଙ୍କୁ ଦଳିଦେଲା ଦନ୍ତା । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ସିମାଞ୍ଚଳ ରାଉତଙ୍କ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri