Posted inଜାତୀୟ

ଇଣ୍ଡିଆ ମେଣ୍ଟ ବୈଠକରେ ବଡ଼ ନିଷ୍ପତ୍ତି; ଏହି ୫ ପ୍ରସଙ୍ଗ ଉପରେ ମୋହର ମାରିଲେ ବିରୋଧୀ, ଛାନିଆ ହେଲା ଭାଜପା

ନୂଆଦିଲ୍ଲୀ, ୮।୬: ବିରୋଧୀ ଇଣ୍ଡିଆ ବ୍ଲକର ବୈଠକ ସୋମବାର ଜାତୀୟ ରାଜଧାନୀ ଦିଲ୍ଲୀର କନଷ୍ଟିଚ୍ୟୁଶନ କ୍ଲବରେ ଦୀର୍ଘ ଏବଂ ତୀବ୍ର ଆଲୋଚନା ପରେ ସମାପ୍ତ ହୋଇଛି। କଂଗ୍ରେସ ଦଳ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକର ୨୪ଟି ଦଳର ଏହି ବୈଠକର ସମାପ୍ତି ପରେ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ଦଳ ପାଞ୍ଚଟି ପ୍ରସଙ୍ଗରେ ସହମତି ହୋଇଛନ୍ତି।

ବୈଠକ ପରେ ଖାର୍ଗେ କହିଛନ୍ତି ଯେ ସେମାନେ ପାଞ୍ଚଟି ପଏଣ୍ଟରେ ସହମତ ହୋଇଛନ୍ତି ଏବଂ ସେଗୁଡ଼ିକ ଉପରେ ଦୃଢ଼ ଭାବରେ କାମ କରିବେ। ସେ ଏହା ମଧ୍ୟ କହିଛନ୍ତି , ସେମାନେ ଭୋଟ ହେରଫେର ପ୍ରସଙ୍ଗରେ ଭାରତର ମୁଖ୍ୟ ବିଚାରପତି (CJI)ଙ୍କୁ ଏକ ଚିଠି ଲେଖିବେ। NEET ଏବଂ CBSE ପରୀକ୍ଷାରେ ଅନିୟମିତତାକୁ ଉଲ୍ଲେଖ କରି, ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ଦେଶର ଆର୍ଥିକ ପରିସ୍ଥିତି, ବେକାରୀ, ମୁଦ୍ରାସ୍ଫୀତି ଏବଂ କୃଷକଙ୍କ ସହ ଜଡିତ ପ୍ରସଙ୍ଗ ଉପରେ ଗମ୍ଭୀରତାର ସହିତ ଆଲୋଚନା କରିବା ପାଇଁ କେନ୍ଦ୍ର ସରକାର ଯଥାଶୀଘ୍ର ଏକ ସର୍ବଦଳୀୟ ବୈଠକ ଡାକିବାକୁ ମଧ୍ୟ ଦାବି କରିଛନ୍ତି।

ସେ କହିଛନ୍ତି , ଏହି ଇଣ୍ଡିଆ ବ୍ଲକ ବୈଠକ ପ୍ରତି ଦୁଇ ମାସରେ ଅନୁଷ୍ଠିତ ହେବ, ପରବର୍ତ୍ତୀ ବୈଠକ ଅଗଷ୍ଟ ୮, ୨୦୨୬ରେ ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଅନୁଷ୍ଠିତ ହେବ। ସେ ଏହା ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ସଂସଦରେ ସମସ୍ତ ବିରୋଧୀ ଇଣ୍ଡିଆ ବ୍ଲକ ଦଳ ମଧ୍ୟରେ ସମନ୍‌ବୟ ଜାରି ରହିବ।

ସୂତ୍ର ଅନୁସାରେ, ଇଣ୍ଡିଆ ବ୍ଲକ ବୈଠକରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତି ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଛନ୍ତି , ପଶ୍ଚିମ ଏସିଆ ସଙ୍କଟ ଉପରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନୁହେଁ। ଆମେରିକା ସହିତ ଭାରତର ବାଣିଜ୍ୟ ଚୁକ୍ତି ସମ୍ପର୍କରେ, ସେ ଅଭିଯୋଗ କରିଛନ୍ତି ଯେ ସରକାର ଚାଷୀମାନଙ୍କୁ ଆମେରିକାକୁ ବିକ୍ରି କରିଦେଇଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫୁଟବଲ ଜଗତରୁ ଅବସର ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ

ନୂଆଦିଲ୍ଲୀ,୫।୧୧: ଫୁଟବଲ ଜଗତରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି। ପର୍ତ୍ତୁଗାଲର ମହାନ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଗୁରୁବାର ସୋସିଆଲ…

ଦେଶବ୍ୟାପୀ ୨୦୦ରୁ ଅଧିକ ଯୁବ କଂଗ୍ରେସ ନେତା ନିଲମ୍ବିତ, କାହିଁକି ନିଆଯାଇଛି ଏମିତି କାର୍ଯ୍ୟାନୁଷ୍ଠାନ ଜାଣନ୍ତୁ…

ନୂଆଦିଲ୍ଲୀ, ୫।୧୧: ଭାରତୀୟ ଯୁବ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜର ୨୦୦ରୁ ଅଧିକ ସଦସ୍ୟଙ୍କୁ ନିଲମ୍ବିତ କରିଛି। ଦେଶର ରାଜଧାନୀରେ ବିରୋଧୀ ଦଳଗୁଡ଼ିକର ‘ଇଣ୍ଡିଆ’…

‘ତାଙ୍କୁ ଜନସାଧାରଣଙ୍କ ସାମ୍ନାକୁ ଆଣି ଗୁଳି କରିଦେବା ଉଚିତ’, ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କିଏ ଆଉ କାହିଁକି କହିଲେ ଏମିତି, ଜାଣନ୍ତୁ

ନୂଆଦିଲ୍ଲୀ,୫।୧୧: ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ, ପ୍ରଭୁ ରାମ ଏବଂ ପ୍ରଭୁ କୃଷ୍ଣଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିସାରିଥିଲେ ମଧ୍ୟ, ରାଜନୈତିକ…

ଦୀପାବଳି ପୂର୍ବରୁ ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ, ମାତ୍ର ୧୦୦ ଟଙ୍କାରେ ମିଳିବ ୧୦ ପ୍ରକାର ପରିବା!

ଚେନ୍ନାଇ,୫ା୧୧: ଦୀପାବଳି ପୂର୍ବରୁ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ପରିବାରର ରୋଷେଇ ଖର୍ଚ୍ଚ କମାଇବା ପାଇଁ ତାଙ୍କ…

ଝିଅ ସହ କର୍ମଚାରୀଙ୍କୁ ଘରେ ଦେଖି ରାଗିଗଲେ ବାପା, ପିଟି ପିଟି ହତ୍ୟା…

ବେଙ୍ଗାଲୁରୁ,୫।୧୧: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ନିଜ ୧୯ ବର୍ଷୀୟ ଝିଅ ସହ ଜଣେ ୨୨ ବର୍ଷୀୟ କର୍ମଚାରୀଙ୍କୁ ଘରେ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ମହଙ୍ଗା ଭତ୍ତା, ଏବେ ମିଳିବ ଏତେ ଟଙ୍କା ଏରିୟର

ନୂଆଦିଲ୍ଲୀ, ୫।୧୧: ପାର୍ବଣ ଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଜ କର୍ମଚାରୀ ଓ ପେନସନଭୋଗୀଙ୍କ ଉପରେ ଉପହାର ବର୍ଷା ଜାରି ରହିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ତାମିଲନାଡୁ ଓ…

“ଏମିତି ହେଲେ ଆମ ସ୍ତ୍ରୀ ବି ପକେଟ ମନି ମାଗିବେ…”: ଶୁଣାଣି ସମୟରେ ହଠାତ୍‌ ଏଭଳି କାହିଁକି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍‌ଲୀ,୫।୧୧: ସୁପ୍ରିମକୋର୍ଟରେ ପତ୍ନୀଙ୍କୁ ପକେଟ ମନି ଦେବା ସହିତ ଜଡ଼ିତ ଏକ ମାମଲାରେ ବିଚାରପତି ଏକ ମଜାଦାର କଥା କହିଛନ୍ତି। ବିବାଦୀୟ ବିବାହ (ମ୍ୟାରେଜ ଡିଜପୁଟ) କୁ…

ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗର ଦାୟିତ୍ୱ

ଭୁବନେଶ୍ୱର,୫ା୧୧: ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ଗତିଶୀଳ ଏବଂ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଗୁରୁବାର ଏକ ବଡ଼ଧରଣର ଆଇଏଏସ୍ ସ୍ତରୀୟ ଅଦଳବଦଳ କରିଛନ୍ତି। ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?