Categories: ଖେଳ

୩୭ ବର୍ଷ ତଳେ ଭାରତ ହୋଇଥିଲା ବିଶ୍ୱ ବିଜେତା: ୧୪୦ ରନ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ହୋଇଥିଲା ଅଲ୍‌ଆଉଟ୍‌

ନୂଆଦିଲ୍ଲୀ, ୨୫।୬: ଆଜିକୁ ୩୭ ବର୍ଷ ତଳେ ଭାରତ କ୍ରିକେଟ ବିଶ୍ୱ କପ୍‌ ହାସଲ କରିଥିଲା। ୧୯୮୩ ଜୁନ୍‌ ୨୫ରେ ଫାଇନାଲ୍‌ ମ୍ୟାଚ୍‌ରେ ଲଗାତାର ଦୁଇଥର ଚମ୍ପିୟନ ରହିଥିବା ଓ୍ବେଷ୍ଟଇଣ୍ଡିଜ୍‌କୁ ହରାଇଥିଲା। ମ୍ୟାଚ୍‌ ପ୍ରଥମରୁ ସମସ୍ତେ ଭାବୁଥିଲେ ଯେ, ଓ୍ବେଷ୍ଟଇଣ୍ଡିଜ୍‌ ପୁଣିଥରେ ଚମ୍ପିୟନ ହେବ। ଭାରତ ମାତ୍ର ୧୮୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ତେବେ କ୍ୟାପଟେନ୍‌ କପିଳ ଦେବ ଦଳର ସଦସ୍ୟଙ୍କୁ ଉତ୍ସାହିତ କରି ମ୍ୟାଚ୍‌ର ଗତି ପଥ ବଦଳାଇ ଦେଇଥିଲେ। ଭାରତୀୟ ବୋଲରଙ୍କ ଉଲ୍ଲେଖନୀୟ ବୋଲିଂ ଯୋଗୁ ଓ୍ବେଷ୍ଟଇଣ୍ଡିଜ୍‌ ୧୪୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡର ଲର୍ଡସ୍‌ ଷ୍ଟାଡ଼ିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଭାରତୀୟ କ୍ରିକେଟ ଇତିହାସ ପାଇଁ ଗୌରବ ଆଣିଦେଇଥିଲା।

Share