Categories: ଖେଳ

ମୋହାଲିରେ ଇତିହାସ ରଚିଲା ଟିମ୍‌ ଇଣ୍ଡିଆ, ଦଳ ଏବେ ତିନି ଫର୍ମାଟରେ ‘ନମ୍ବର-୧’

ମୋହାଲି,୨୩।୯: ଭାରତୀୟ କ୍ରିକେଟ ଟିମ୍‌ ମୋହାଲିରେ ଅନୁଷ୍ଠିତ ହୋଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ୫ ଉଇକେଟରେ ପରାଜିତ କରି ଇତିହାସ ରଚିଛି। ଏହି ବିଜୟ ପରେ ଆଇସିସି ର଼୍ୟାଙ୍କିଙ୍ଗର ତିନୋଟି ଯାକ ଫର୍ମାଟରେ ନମ୍ବର-୧ ହୋଇଛି ଦଳ।

ଏସିଆ କପ୍‌ ଟୁର୍ନାମେଣ୍ଟରେ ଦଳ ନିକଟରେ ଏହି ଉପଲବ୍ଧି ହାସଲ କରିବାର ସୁଯୋଗ ରହିଥିଲା। ହେଲେ ବାଲାଂଦେଶ ବିପକ୍ଷ ସୁପର ୪ ପର୍ଯ୍ୟାୟରେ ପରାଜୟ ପରେ ଏଭଳି ହୋଇପାରି ନ ଥିଲା। ସେହିଭଳି ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ପରାଜିତ ହେବାପରେ ପାକିସ୍ତାନ ଏହି ଫର୍ମାଟରେ ଶୀର୍ଷସ୍ଥାନ ଅଧିକାର କରିଥିଲା। ଏବେ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନଠାରୁ ଏହି ଉପଲବ୍ଧି ଛଡ଼ାଇ ନେଇଛି। ପୂର୍ବରୁ ଟିମ୍‌ ଇଣ୍ଡିଆ ଟି୨୦ ଏବଂ ଟେଷ୍ଟ ଫର୍ମାଟରେ ନମ୍ବର-୧ ଟିମ୍‌ ହୋଇ ରହିଛି। କେବଳ ଦିନିକିଆ ଫର୍ମାଟରେ ଦଳର ର଼୍ୟାଙ୍କିଂ ପରିବର୍ତ୍ତିତ ହେଉଛି।

ପ୍ରକାଶ ଯେ, ଦକ୍ଷିଣ ଆଫ୍ରିକା ଟିମ୍‌ ତିନି ଫର୍ମାଟରେ ନମ୍ବର-୧ ହୋଇଥିବା ପ୍ରଥମ ଦଳ ଥିଲା। ୨୦୧୨ରେ ଏହି ଉପଲବ୍ଧି ଦଳ ହାସଲ କରିଥିଲା। ସେତେବେଳେ ହାଶିମ ଅମଲା ଦଳର ଅଧିନାୟକ ଥିଲେ।

Share