Categories: ଖେଳ

ବାଂଲାଦେଶ ହାତରୁ ବିଜୟ ଛଡାଇ ଆଣିଲା ଭାରତ

ଆଡିଲେଡ,୨।୧୧: ଆଡିଲେଡ ଓଭାଲରେ ଖେଳାଯାଇଥିବା ଟି-୨୦ ବିଶ୍ୱକପର ୩୫ତମ ମ୍ୟାଚରେ ଟିମ ଇଣ୍ଡିଆ ବାଂଲାଦେଶକୁ ୫ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ୬ ପଏଣ୍ଟ ପାଇ ସେମିଫାଇନାଲ ଆଡକୁ ଦୃଢ ଅଗ୍ରସର ନେଇଛି। ଭାରତ ପ୍ରଥମେ ଖେଳି ୨୦ ଓଭରରେ ୬ ଉଇକେଟ ହରାଇ ୧୮୪ ରନ କରିଥିଲା। ତେବେ ବର୍ଷା ହେତୁ ବାଂଲାଦେଶକୁ ୧୬ ଓଭରରେ ୧୫୧ ରନ ମିଳିଥିଲା। ଏକଦା ଭାରତ ମ୍ୟାଚ୍‌ରେ ପରାଜୟ ଆଡକୁ ଯାଉଥିବାବେଳେ ବୋଲରଙ୍କ ସଠିକ୍‌ ବୋଲିଂ ଯୋଗୁ ବାଂଲାଦେଶ ହାତରୁ ବିଜୟ ଛଡାଇ ଆଣିଥିଲା ଭାରତ। ଏହାର ଜବାବରେ ବାଂଲାଦେଶ ଦଳ ୧୪୫ ରନ ସ୍କୋର କରିପାରିଥିଲା। ଓପନର ଲିଟନ ଦାସ ବାଂଲାଦେଶ ପାଇଁ ମାତ୍ର ୨୭ ବଲରେ ୬୦ ରନ ସଂଗ୍ରହ କରିଥିଲେ, କିନ୍ତୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ତାଙ୍କୁ ସମର୍ଥନ କରି ନ ଥିଲେ। ଭାରତ ପାଇଁ ଅର୍ଶଦୀପ ସିଂ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ଲେଖାଏ ଉଇକେଟ ନେଇଥିଲେ।

Share