Posted inଖେଳ

ଆଜି ଭାରତ-ବାଂଲାଦେଶ ବିଶ୍ୱକପ୍‌ ଓ୍ବାର୍ମଅପ୍‌

ନ୍ୟୁୟର୍କ, ୧।୬ (ପି.ଟି.): ଟି୨୦ କ୍ରିକେଟ ବିଶ୍ୱକପ୍‌ ଆସନ୍ତା ୨ ତାରିଖରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଆରମ୍ଭ ହେବାକୁ ଯାଉଛି। ଏହି ମେଗା ଟୁର୍ନାମେଣ୍ଟ ପୂର୍ବରୁ ଭାରତ ଏହାର ଓ୍ବାର୍ମଅପ୍‌ ମ୍ୟାଚ ଶନିବାର ବାଂଲାଦେଶ ବିପକ୍ଷରେ ଖେଳିବାକୁ ଯାଉଛି। ନ୍ୟୁୟର୍କ ଷ୍ଟାଡିୟମର ପିଚ୍‌ ଏବଂ ଦ୍ୱିତୀୟ ପେସ୍‌ ବୋଲିଂ ବିକଳ୍ପ ପରୀକ୍ଷା କରିବା ଲାଗି ଭାରତ ନିକଟରୁ ଭଲ ସୁଯୋଗ ରହିଛି। ଦ୍ୱିତୀୟ ପେସ୍‌ ବିକଳ୍ପଭାବେ ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜଙ୍କ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ହେବ। ଭାରତୀୟ ଦଳରେ ସ୍ଥାନ ପାଇଥିବା ସମସ୍ତ ଖେଳାଳି ଗତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସେମାନଙ୍କ ଫ୍ରାଞ୍ଚାଇଜ୍‌ ପକ୍ଷରୁ ନିୟମିତଭାବେ ପ୍ଲେଇଂ ଏକାଦଶରେ ସାମିଲ ହୋଇଥିଲେ। ତେଣୁ ଏଠାରେ ଏକତ୍ରିତ ହୋଇ ଟିମ୍‌ ଯଦିଓ ଗେମ୍‌ ଟାଇମ୍‌ ପାଇଁ ପ୍ରସ୍ତୁତ ହୋଇନାହିଁ ତେବେ ଉପଯୁକ୍ତ ସନ୍ତୁଳନ ରକ୍ଷା ହିଁ ମୁଖ୍ୟ ଲକ୍ଷ୍ୟ ରହିବ। ୧୩ ବର୍ଷ ହେଲା ଭାରତ କୌଣସି ଆଇସିସି ଟ୍ରଫି ଜିତି ପାରିନାହିଁ। ଏଥର ସେହି ଶୂନ୍ୟତା ଭରିବା ଆଶାରେ ରହିବ ଟିମ୍‌ ଇଣ୍ଡିଆ। ବିଳମ୍ବରେ ପହଞ୍ଚତ୍ଥିବାରୁ ବିରାଟ କୋହଲି ଓ୍ବାର୍ମଅପ୍‌ ଗେମ୍‌ ଖେଳିବା ସମ୍ଭାବନା କମ୍‌। ତେବେ ଅନ୍ୟ ୧୪ ଖେଳାଳି ମ୍ୟାଚ ପାଇଁ ପ୍ରସ୍ତୁତ। ଏହି ମ୍ୟାଚକୁ ଅଫିସିଆଲ ଷ୍ଟାଟସ ଦିଆଯାଇନାହିଁ। ପ୍ରତି ଖେଳାଳିଙ୍କ ରିଦିମ୍‌ ପରୀକ୍ଷା କରିବାକୁ ମଧ୍ୟ ଏହି ମ୍ୟାଚ ଭଲ ସୁଯୋଗ ଦେବ।
ଅଧିନାୟକ ରୋହିତ ଶର୍ମା ଏବଂ ବିଦାୟ ନେବାକୁ ଯାଉଥିବା କୋଚ୍‌ ରାହୁଲ ଡ୍ରାଭିଡଙ୍କ ପାଇଁ ଅତି କମ୍‌ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ। ସେଥିରୁ ଗୋଟିଏ ହେଲା ଯଶସ୍ବୀ ଜୟସ୍ବାଲ ଓ ଶିବମ୍‌ ଦୁବେଙ୍କ ମଧ୍ୟରୁ ଜଣଙ୍କୁ ବାଛିବା। ଜୟସ୍ବାଲ ଭଲ ଫର୍ମରେ ଥିଲେ ହେଁ ତାଙ୍କୁ ସାମିଲ କରାଗଲେ ଦୁବେଙ୍କ ପରି ହାର୍ଡ ହିଟରଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାହାରେ ରଖିବାକୁ ପଡ଼ିବ। ଜୟସ୍ବାଲ ବାହାରେ ରହିଲେ ରୋହିତଙ୍କ ସହ ବିରାଟ କୋହଲି ଇନିଂସ ଓପନ କରିିବେ ଏବଂ ଦୁବେ ମିଡିଲ ଅର୍ଡରରେ ସାମିଲ ହୋଇପାରିବେ। ଏପରି କେତେକ ନିଷ୍ପତ୍ତିକୁ ଚୂଡ଼ାନ୍ତ ରୂପ ଦେବାକୁ ହେବ। ”ଶିବମ୍‌ ଦୁବେ ହେଉଛନ୍ତି ସିକ୍ସ-ହିଟିଂ ମେଶିନ। ଆସନ୍ତା ବିଶ୍ୱକପ୍‌ରେ ସେ ଏକ୍ସ-ଫ୍ୟାକ୍ଟର ହୋଇପାରନ୍ତି। ଯଦି ଦୁବେ ଖେଳିବେ ତେବେ ଯଶସ୍ବୀ ବାହାରେ ରହିବେ। ରୋହିତ ଏ ସମ୍ପର୍କରେ ଶେଷ ନିଷ୍ପତ୍ତି ନେବେ। ମୁଁ କିନ୍ତୁ ଉଭୟ ପେସ୍‌-ବୋଲିଂ ଅଲ୍‌ରାଉଣ୍ଡରଙ୍କୁ ଚୂଡ଼ାନ୍ତ ଏକାଦଶରେ ଦେଖିବାକୁ ପସନ୍ଦ କରିବି। ଯଦି ଦୁବେ ଖେଳିବେ ତେବେ ମ୍ୟାଚର ଶେଷାର୍ଦ୍ଧରେ ବିପକ୍ଷ ଦଳର ରିଷ୍ଟ ସ୍ପିନରଙ୍କୁ ଠିକ୍‌ଭାବେ ମୁକାବିଲା କରିପାରିବେ“ ବୋଲି ନିଜ ସମୟରେ ଭାରତୀୟ ଦଳର ଅନ୍ୟତମ ପ୍ରାଇମ୍‌ ଟି୨୦ ବ୍ୟାଟର ବିବେଚିତ ହେଉଥିବା ସୁରେଶ ରାଇନା ପ୍ରକାଶ କରିଛନ୍ତି। ଦ୍ୱିତୀୟରେ ଯାହା ସମସ୍ୟାଭାବେ ଉଭା ହୋଇପାରେ ତାହା ହେଲା ଯଶପ୍ରୀତ୍‌ ବୁମ୍‌ରାଙ୍କ ଓପନିଂ ପେସ୍‌-ବୋଲିଂ ପାର୍ଟନର ଚୟନ କରିବା। ଉଭୟ ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜ ଗତ ଆଇପିଏଲ୍‌ରେ ସଫଳତା ଓ ବିଫଳତାର ସାମ୍ନା କରିଛନ୍ତି। ଟି୨୦ ବିଶ୍ୱକପର ଉଦ୍‌ଘାଟନୀ ସଂସ୍କରଣରେ ଭାରତକୁ ଚାମ୍ପିୟନ କରାଇବାରେ ଅନ୍ୟତମ ହିରୋ ବିବେଚିତ ହୋଇଥିବା ଆର୍‌.ପି. ସିଂ କହିଛନ୍ତି ଯେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୪ ଓଭର ଗୁରୁତ୍ୱପୂର୍ଣ୍ଣ ରହିବ। ନବନିର୍ମିତ ପିଚ୍‌ରେ ଭାରତର ଦ୍ୱିତୀୟ ପେସରଭାବେ ଅର୍ଶଦୀପ ଅଧିକ ଉପଯୋଗୀ ହେବେ। ମ୍ୟାଚ ସକାଳେ ଆରମ୍ଭ ହେବାକୁ ଯାଉଥିବାରୁ ବୋଲିଂରେ ବିବିଧତା ବହୁ ଗୁରୁତ୍ୱପୂର୍ଣ୍ଣ। ଏ କ୍ଷେତ୍ରରେ ସିରାଜଙ୍କ ଅପେକ୍ଷା ଅର୍ଶଦୀପ ଆଗରେ ରହିବେ ବୋଲି ସେ କହିଛନ୍ତି। ”ପିଚ୍‌ ଅପେକ୍ଷାକୃତ ଧିମା ରହିବ ବୋଲି ମୁଁ ଅନୁଭବ କରୁଛି। ତେଣୁ ଶର୍ଟ ଅଫ୍‌ ଗୁଡ୍‌ଲେନ୍ଥ ଉପଯୋଗୀ ହୋଇପାରେ। ସେଠାରେ ବୋଲରଙ୍କୁ ପର୍ଯ୍ୟାପ୍ତ ସୁଇଂ ମିଳିବ ନାହିଁ। ତେଣୁ ଯେଉଁ ବୋଲର ବୋଲିଂରେ ବିବିଧତା ଆଣିବେ, କେବଳ ୟର୍କର ନୁହେଁ ସ୍ଲୋ ବୋଲିଂ ଏବଂ ଲେଗ୍‌ ଆଣ୍ଡ ଅଫ୍‌ କଟର ପକାଇପାରିବେ ଫାଇଦାରେ ରହିବେ। ତେଣୁ ଆମେରିକା ଟ୍ରାକ୍‌ରେ ଅର୍ଶଦୀପ ଫାଇଦା ପାଇପାରିବେ“ ବୋଲି ଆର୍‌.ପି. ସିଂ କହିଛନ୍ତି।

ଦଳରେ ଯୋଗଦେଲେ କୋହଲି

ଟି୨୦ ବିଶ୍ୱକପ୍‌ ଖେଳିବା ଲାଗି ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଶୁକ୍ରବାର ଆସି ଏଠାରେ ପହଞ୍ଚତ୍ଛନ୍ତି। ଅନ୍ୟ ସାଥୀ ଖେଳାଳିମାନେ ଏଠାରେ ପହଞ୍ଚତ୍ବାର ୫ ଦିନ ପରେ ସେ ଆସିଛନ୍ତି। କୋହଲି ଶନିବାର ବାଂଲାଦେଶ ବିପକ୍ଷରେ ଭାରତର ଓ୍ବାର୍ମଅପ୍‌ ମ୍ୟାଚରେ ଖେଳିବେ କି ନା ତାହା ସ୍ପଷ୍ଟ ହୋଇନାହିଁ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କ ସୂଚନା ଅନୁସାରେ କୋହଲି ଟିମ୍‌ ହୋଟେଲରେ ପ୍ରବେଶ କରିଛନ୍ତି। ଲମ୍ବା ବିମାନଯାତ୍ରା ଯୋଗୁ ସେ ବିଶ୍ରାମ ନେବେ। ‘ବିଗ୍‌ ଆପଲ’ରେ ପହଞ୍ଚତ୍ବା ଲାଗି କୋଲହିଙ୍କୁ ୧୬ ଘଣ୍ଟା ଧରି ଯାତ୍ରା କରିବାକୁ ପଡ଼ିଥିଲା। ନାସାଉ କାଉଣ୍ଟି କ୍ରିକେଟ ଗ୍ରାଉଣ୍ଡରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ସେ ଖେଳିବେ କି ନା ତାହା ତାଙ୍କ ଉପରେ ନିର୍ଭର କରେ। କିନ୍ତୁ ଜୁନ୍‌ ୫ ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଗେମ୍‌ ପୂର୍ବରୁ ତାଙ୍କୁ ୩ଟି କ୍ୱାଲିଟି ନେଟ୍‌ ସେସନରେ ଅଂଶଗ୍ରହଣ କରିବାକୁ ପଡ଼ିବ। ଶୁକ୍ରବାର ସକାଳେ ଏକ ଅତିରିକ୍ତ ଟ୍ରେନିଂ ସେସନ ହୋଇଥିଲା। ସପୋର୍ଟ ଷ୍ଟାଫ୍‌ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ରିଙ୍କୁ ସିଂ, ଶିବମ ଦୁବେ ଓ ମହମ୍ମଦ ସିରାଜ ଏଥିରେ ଜୋରଦାର ଅଭ୍ୟାସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

ବର୍ଷଯାକ ଆଉ ରହିବନି ରିଚାର୍ଜ ଟେନଶନ! ଆସିଲା ସ୍ପେଶାଲ ପ୍ଲାନ, ସବୁ ଫ୍ରି…

ଆଜିର ଡିଜିଟାଲ୍ ଯୁଗରେ, ସ୍ମାର୍ଟଫୋନ୍ ଏକ ଆବଶ୍ୟକତା ପାଲଟିଛି, କିନ୍ତୁ ମାସିକ ରିଚାର୍ଜ ମଧ୍ୟ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ଅଧିକାଂଶ ସ୍ମାର୍ଟଫୋନ୍ ବ୍ୟବହାରକାରୀ ୨୮ଦିନର…

ଏଣ୍ଟ୍ରାନ୍ସ ଦେବାକୁ ଯାଇଥିଲେ ଛାତ୍ରୀ, ବଜ୍ରପାତରେ ଗଲା ଜୀବନ, ସହାୟତା ଦାବି କରି…

ଦିଗପହଣ୍ଡି,୨୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ମେଧାବୀ ଛାତ୍ରୀ ରେଶ୍ମା ଭୋଳ (୨୧) ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ମୃତ୍ୟୁବରଣ…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏପ୍ରିଲରୁ ବଦଳିଯିବ ଡିଜିଟାଲ ପେମେଣ୍ଟ ନିୟମ, କଣ ସବୁ ବଦଳିବ ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୩: ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଏପ୍ରିଲ ମାସ। ଆସନ୍ତାମାସ ୧ ତାରିଖରୁ, ଡିଜିଟାଲ କାରବାରର ପଦ୍ଧତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ।…

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

ଏପ୍ରିଲ ୧ରୁ ବଢିଯିବ LPG ସିଲିଣ୍ଡର ରେଟ୍‌? ଯୁଦ୍ଧ ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୯।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ଦେଶବ୍ୟାପୀ ଲକ୍‌ ଡାଉନ ସମ୍ପର୍କରେ ଗୁଜବ ସମ୍ପର୍କରେ ସରକାର ଏକ ଦୃଢ଼ ଏବଂ ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri