Categories: ଜାତୀୟ

୨ ବର୍ଷ ପରେ ଭାରତରୁ ବାଂଲାଦେଶ ଗଡିବ ଟ୍ରେନ

ନୂଆଦିଲ୍ଲୀ,୨୯।୫: ଦୀର୍ଘ ୨ ବର୍ଷ ପରେ ରବିବାରଠୁ ପୁଣି ଭାରତ ଓ ବାଂଲାଦେଶ ମଧ୍ୟରେ ଟ୍ରେନ ସେବା ଆରମ୍ଭ ହେବାକୁ ଯାଉଛି । କୋରୋନା ମହାମାରୀ ଯୋଗୁ ଏହି ସେବା ବନ୍ଦ ଥିବା ବେଳେ ଆଜିଠୁ ଆରମ୍ଭ ହେବାକୁ ଯାଉଛି। ଏ ନେଇ ଶନିବାର ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉଭୟ ଭାରତ ଏବଂ ବାଂଲାଦେଶରେ ଯାତ୍ରୀ ଏବେ ଯାତ୍ରା କରିପାରିବେ।
ଦୁଇ ଦେଶ ମଧ୍ୟରେ ଏହି ଟ୍ରେନ ସେବା ଆରମ୍ଭ ହେବା ପରେ କୋଲକାତା-ଢାକା-କୋଲକାତା ମୈତ୍ରୀ ଏକ୍ସପ୍ରେସ, କୋଲକାତା-ଖୁଲନା-କୋଲକାତା ବନ୍ଧନ ଏକ୍ସପ୍ରେସ ଟ୍ରେନ ମଧ୍ୟ ଆଜିଠୁ ଗଡିବ । ଭାରତ ଓ ବାଂଲାଦେଶ ଟ୍ରେନ ସେବାର ୩ୟ ଟ୍ରେନ ମୈତ୍ରୀ ଏକ୍ସପ୍ରେସଆସନ୍ତା ଜୁନ ୧ ତାରିଖରୁ ଚାଲିବ । ଯାତ୍ରୀ ଟ୍ରେନ୍‌ ଟିକେଟ୍‌ କରିସାରିଥିବା ବେଳେ ଟିକେଟ୍‌ ବିକ୍ରି ମଧ୍ୟ ଗତ କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିଲା ।

Share