ଭାରତ-ବାଂଲାଦେଶ ଫାଇନାଲ ଆଜି

ଭୁବନେଶ୍ୱର,୫।୮ (କ୍ରୀଡ଼ା ପ୍ରତିନିଧି):କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୦ ବର୍ଷରୁ କମ୍‌ ସାଫ୍‌ (ସାଉଥ ଏସିଆନ ଫୁଟବଲ ଫେଡେରେଶନ) ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ଶୁକ୍ରବାର ଭାରତ ଓ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେବ। ରାତି ୭ଟାରେ ମ୍ୟାଚ ଆରମ୍ଭ ହେବ। ଗତ ସଂସ୍କରଣର ଫାଇନାଲରେ ବାଂଲାଦେଶକୁ ୨-୧ ଗୋଲରେ ହରାଇ ଭାରତ ଚାମ୍ପିୟନ ହୋଇଥିଲା। ଏଥର ସେହି ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ। ଏଥର ଲିଗ୍‌ ପର୍ଯ୍ୟାୟରେ ବାଂଲାଦେଶ ୨-୧ ଗୋଲରେ ଭାରତକୁ ହରାଇ ଦେଇଥିଲା। ତେଣୁ ଏହାର ମଧୁର ପ୍ରତିଶୋଧ ନେବା ସୁଯୋଗ ମଧ୍ୟ ଭାରତ ନିକଟରେ ରହିଛି। ଲିଗ୍‌ ପର୍ଯ୍ୟାୟରେ ବାଂଲାଦେଶ ୧୦ ଓ ଭାରତ ୯ ପଏଣ୍ଟ ପାଇ ଫାଇନାଲରେ ପ୍ରବେଶ କରିଛନ୍ତି। ତେଣୁ ଟାଇଟଲ ମୁକାବିଲା ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିବେ।
”ଫାଇନାଲ ଖେଳିବାର ଅନୁଭୂତି ସର୍ବଦା ଭିନ୍ନ ହୋଇଥାଏ। ଏହା ସ୍ବତନ୍ତ୍ର। ଜଣେ ଖେଳାଳି ଓ ଅଧିନାୟକଭାବେ ମୁଁ ୩ଟି ସାଫ୍‌ ଚାମ୍ପିୟନଶିପ୍‌ ଜିତିଛି। ୨ଟି ସାଫ୍‌ ଫାଇନାଲରେ ଜାତୀୟ ସିନିୟର ଦଳର ସହକାରୀ କୋଚ୍‌ ଥିଲି। ଏହାର ଅନୁଭବ ସ୍ବତନ୍ତ୍ର“ ବୋଲି ଗୁରୁବାର ଅନୁଷ୍ଠିତ ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଶନମୁଗମ ଭେଙ୍କଟେଶ ପ୍ରକାଶ କରିଛନ୍ତି। କୌଣସି ପରିସ୍ଥିତିରେ ଖେଳକୁ ହାଲ୍‌କାଭାବେ ନ ନେଇ ନିଜ ଦକ୍ଷତା ଅନୁସାରେ ପ୍ରଦର୍ଶନ କରି ମ୍ୟାଚ ବିଜୟୀ ହେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଅନ୍ୟପକ୍ଷରେ ଭାରତର ସମସ୍ତ ମ୍ୟାଚ ଦେଖି ସେହି ଅନୁସାରେ ରଣନୀତି ପ୍ରସ୍ତୁତ କରିଥିବା କହିଛନ୍ତି ବାଂଲାଦେଶ ମୁଖ୍ୟ କୋଚ୍‌ ପଲ୍‌ ସ୍ମଲି। ” ଭାରତ ଆମ ବିପକ୍ଷରେ ଯେପରି ଖେଳିଥିଲା ମାଳଦ୍ୱୀପ ବିପକ୍ଷରେ ସେହି ରଣନୀତିରେ ନଜର ଆସି ନ ଥିଲା। ସେମାନେ ଖେଳରେ ଭିନ୍ନତା ଆଣୁଛନ୍ତି। ତେଣୁ ଆମେ ସେହି ଅନୁସାରେ ପ୍ରସ୍ତୁତ ହୋଇଛୁ“ ବୋଲି ସ୍ମଲି କହିଛନ୍ତି। ଭାରତୀୟ ଦଳର ଦୁର୍ବଳତା ଉପରେ ଆମର ନଜର ରହିଛି ବୋଲି ସେ ପ୍ରକାଶ କରିଛନ୍ତି।
ଫାଇନାଲ ପୂର୍ବରୁ ଉଭୟ ଦଳର ଜଣେ ଲେଖାଏ ଖେଳାଳି ସସ୍‌ପେଣ୍ଡ ହୋଇଛନ୍ତି। ବାଂଲାଦେଶ ଶହିଦୁଲ ଇସଲାମ ଏବଂ ଭାରତ ପାର୍ଥିବ ଗୋଗୋଇଙ୍କ ଅନୁପସ୍ଥିତି ଅନୁଭବ କରିବ। ” ଆମେ ପାର୍ଥିବଙ୍କୁ ଆଗାମୀ ମ୍ୟାଚରେ ମିସ୍‌ କରିବୁ। ତେବେ ଏହା ଫୁଟବଲ। ଦଳରେ ୨୩ ଖେଳାଳି ରହିଛନ୍ତି। ଆମେ ଦଳଗତଭାବେ ଖେଳିବା ସହ ବିଜୟ କିମ୍ବା ପରାଜୟରେ ବିଶ୍ୱାସ କରୁ“ ବୋଲି ଶନ୍‌ମୁଗମ୍‌ କହିଛନ୍ତି। ଦଳର ଭଲ ପ୍ରଦର୍ଶନକୁ ନେଇ ଡିଫେଣ୍ଡର ହାଲେନ ନଙ୍ଗଡୁ ମଧ୍ୟ ବେଶ୍‌ ଆଶାବାଦୀ। ”ଆମେ ଅତ୍ୟଧିକ ଆତ୍ମବିଶ୍ୱାସରେ ନାହୁଁ। ଆମେ ଧୈର୍ଯ୍ୟର ସହ ଯୋଜନାବଦ୍ଧଭାବେ ଆଗାମୀ ମ୍ୟାଚରେ ଖେଳିବୁ। ଦଳଗତଭାବେ ଖେଳିଲେ ଯାଇ ଆମେ ବାଂଲାଦେଶକୁ ହରାଇ ପାରିବୁ ବୋଲି ଭଲଭାବେ ଜାଣିଛୁ। ପ୍ରତ୍ୟେକ ମ୍ୟାଚରେ ଆମେ କିଛିକିଛି ଶିଖିବାକୁ ପାଇଛୁ“ ବୋଲି ହାଲେନ ପ୍ରକାଶ କରିଛନ୍ତି। ଏହି ଅବସରରେ ବାଂଲାଦେଶ ଅଧିନାୟକ ମହମ୍ମଦ ତନଭୀର ହୋସେନ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri