Categories: ଜାତୀୟ

ଦୀର୍ଘ ୫୫ ବର୍ଷ ପରେ ଭାରତ-ବାଂଲାଦେଶ ମଧ୍ୟରେ ଚାଲିବ ଟ୍ରେନ୍‌

ନୂଆଦିଲ୍ଲୀ,୧୧।୧୨: ଦୀର୍ଘ ୫୫ ବର୍ଷ ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ରେଳ ମାର୍ଗ ଖୋଲାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଡିସେମ୍ବର ୧୭ରେ ପଶ୍ଚିମବଙ୍ଗର ହଲଦିବାଡୀ ଏବଂ ପଡୋଶୀ ବାଂଲାଦେଶର ଚିଲହାଟୀ ମଧ୍ୟରେ ରେଳ ମାର୍ଗ ଉଦ୍‌ଘାଟନ କରିବେ। ଉତ୍ତର-ପୂର୍ବ ସୀମାନ୍ତ ରେଳ ବିଭାଗର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ୧୯୮୬ରେ ଭାରତ ଏବଂ ପୂର୍ବ ପାକିସ୍ଥାନ ମଧ୍ୟରେ ରେଳ ସଂଯୋଗ ଭାଙ୍ଗିବା ପରେ କୁଚ ବିହାରର ହଲଦିବାଡୀ ଠାରୁ ଉତ୍ତର ବାଂଲାଦେଶର ଚିଲହାଟୀ ପର୍ଯ୍ୟନ୍ତ ରେଳ ଲାଇନ ଖରାପ ହୋଇଯାଇଥିଲା। ଏନଏଫଆର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୁଭାନ ଚନ୍ଦା କହିଛନ୍ତି ଯେ ଚିଲହାଟୀରୁ ହାଲଡିବାରୀ ପର୍ଯ୍ୟନ୍ତ ଏକ ମାଲବାହୀ ଟ୍ରେନ ଚଳାଚଳ କରିବ, ଯାହାକି ଏନଆରଏଫର କଟିହର ବିଭାଗ ଅଧୀନରେ ଅଛି। ସୂତ୍ରରୁ ପ୍ରକାଶ ଯେ ଅନ୍ତରାଷ୍ଟୀୟ ସୀମାଠାରୁ ହଲଦିବାଡୀ ରେଳ ଷ୍ଟେସନ ପର୍ଯ୍ୟନ୍ତ ଦୂରତା ୪.୫ କିଲୋମିଟର ଥିବାବେଳେ ବାଂଲାଦେଶର ଚିଲହାଟୀର ଦୂରତା ଜିରୋ ପଏଣ୍ଟଠାରୁ ୭.୫ କିଲୋମିଟର ଦୂରରେ ଅବସ୍ଥିତ।

Share