Categories: ଖେଳ

ଆଜିଠାରୁ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଚଟ୍ଟୋଗ୍ରାମ,୧୪।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧୪ ଡିସେମ୍ବର ଅର୍ଥାତ୍‌ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ଚଟ୍ଟୋଗ୍ରାମରେ ଖେଳାଯିବ। ଏହି ମ୍ୟାଚରେ ଭାରତ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ବିନା ଦଳକୁ ପ୍ରଥମ ଟେଷ୍ଟରେ ପ୍ରବେଶ କରିବାକୁ ପଡିବ। ରୋହିତ ଆଘାତ କାରଣରୁ ପ୍ରଥମ ଟେଷ୍ଟରୁ ବାଦ ପଡିଛନ୍ତି। ରୋହିତଙ୍କ ଅନୁପସ୍ଥିତିରେ କେ.ଏଲ ରାହୁଲ ଦଳର କମାଣ୍ଡ ପରିଚାଳନା କରୁଥିବା ଦେଖିବାକୁ ମିଳିବ।
ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ୧୪ ଡିସେମ୍ବର ବୁଧବାରଠାରୁ ଆରମ୍ଭ ହେବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଚଟ୍ଟୋଗ୍ରାମର ଜାହୋର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ ଭାରତୀୟ ସମୟ ସକାଳ ୯.୩୦ରେ ଆରମ୍ଭ ହେବ। ଟସ୍‌ ୯.୦୦ରେ ପଡିବ। ଭାରତର ସୋନି ସ୍ପୋର୍ଟସ ନେଟୱାର୍କରେ ମ୍ୟାଚ୍‌ର ସିଧାପ୍ରସାରଣ ହେବ। ଏହି ମ୍ୟାଚ ସୋନିଲିଭ ଆପ ଏବଂ ୱେବସାଇଟରେ ମଧ୍ୟ ଲାଇଭ ଷ୍ଟ୍ରିମ ହେବ।

Share