Categories: ଖେଳ

ସ୍ବାମୀ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌, ସ୍ତ୍ରୀ କିନ୍ତୁ ବିରାଟ କୋହଲିଙ୍କ ଖେଳ ଦେଖିବାକୁ କରନ୍ତି ପସନ୍ଦ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଅଛନ୍ତି। ସେ ଯେଉଁଠିକୁ ଖେଲିବାକୁ ଯାଆନ୍ତି ତାଙ୍କୁ ଚିୟର କରିବା ପାଇଁ ପ୍ରଶଂସକ ଷ୍ଟାଡିୟମରେ ଉପସ୍ଥିତ ଥାନ୍ତି। ଅଷ୍ଟ୍ରେଲିଆ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ଓ୍ବାର୍ନରଙ୍କ ସ୍ତ୍ରୀ କ୍ୟାଣ୍ଡିସ୍‌ ନିଜ ସ୍ବାମୀଙ୍କ ଅପେକ୍ଷା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟିଂ ପସନ୍ଦ କରନ୍ତି। କେବଳ ଏତିକି ନୁହେଁ ତାଙ୍କ ୩ ଝିଅ ମଧ୍ୟ କୋହଲିଙ୍କ ବ୍ୟାଟିଂ ଦେଖିବାକୁ ଭଲ ପାଆନ୍ତି। ଓ୍ବାର୍ନରଙ୍କ ମଝିଆଁ ଝିଅ ଇଭି ଭବିଷ୍ୟତରେ ବିରାଟ କୋହଲି ହେବାକୁ ସ୍ବପ୍ନ ଦେଖିଛନ୍ତି। ଭାରତ-ଅଷ୍ଟ୍ରେଲିଆ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଓ୍ବାର୍ନର ଏବଂ କ୍ୟାଣ୍ଡିସ୍‌ ଏକ ରେଡିଓ କାର୍ଯ୍ୟକ୍ରମରେ ଭାଗ ନେଇ ଏହାର ଖୁଲାସା କରିଛନ୍ତି।ଏହାପୂର୍ବରୁ ମଧ୍ୟ କ୍ୟାଣ୍ଡିସ୍‌ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲେ। ସେଥିରେ ତାଙ୍କ ଝିଅ ମୁଁ ବିରାଟ କୋହଲି ବୋଲି କହୁଥିଲେ। ସୂଚନାଯୋଗ୍ୟ, ଆଇପିଏଲ୍‌ ୨୦୨୦ ଶେଷ ହେବା ପରେ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି। ଏବେ ଦଳ ସେଠାରେ କ୍ୱାରାଣ୍ଟାଇନରେ ରହି ଅଭ୍ୟାସ କରୁଛି। ଆସନ୍ତ ନଭେମ୍ବର ୨୭ରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏକଦିବସୀୟ ସିରିଜ୍‌ ଆରମ୍ଭ ହେବ।

Share