Categories: ଜାତୀୟ

‘କ୍ଷମତାର ଅହଙ୍କାର ଯୋଗୁ କେଜ୍‌ରିଓ୍ବାଲଙ୍କୁ ଗିରଫ କରାଇଛନ୍ତି ମୋଦି’

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗିରଫ କରାଯିବା ପରେ ତାଙ୍କ ପତ୍ନୀ ସୁନୀତା କେଜ୍‌ରିଓ୍ବାଲଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି। ମୋଦିଙ୍କ ଅହଙ୍କାର ହିଁ କେଜ୍‌ରିଓ୍ବାଲଙ୍କୁ ଗିରଫ କରିଥିବା ସେ ଅଭିଯୋଗ କରିଛନ୍ତି।

ନିଜର ପୋଷ୍ଟରେ ସୁନୀତା ଲେଖିଛନ୍ତି, ଆପଣ ୩ ଥର ବାଛିଥିବା ମୁଖ୍ୟମନ୍ତ୍ରୀଙ୍କୁ ମୋଦି କ୍ଷମତାର ଅହଙ୍କାରକୁ ନେଇ ଗିରଫ କରିଛନ୍ତି। ସମସ୍ତଙ୍କୁ ଭାଙ୍ଗିବାରେ ଲାଗିଛନ୍ତି। ଏହା ଦିଲ୍ଲୀର ଲୋକଙ୍କ ପ୍ରତି ଅନ୍ୟାୟ। ଆପଣଙ୍କ ମୁଖ୍ୟମନ୍ତ୍ରୀ ସର୍ବଦା ଆପଣଙ୍କ ସହ ଅଛନ୍ତି। ବାହାରେ ରୁହନ୍ତୁ ଅବା ଭିତରେ, ତାଙ୍କ ଜୀବନ ଦେଶ ପାଇଁ ସମର୍ପିତ। ଜନତା ଜନାର୍ଦ୍ଦନ ସବୁ ଜାଣନ୍ତି। ଜୟ ହିନ୍ଦ।

Share