Categories: ଖେଳ

ଭାରତ ବିଜୟଠାରୁ ମାତ୍ର ୩ ଉଇକେଟ୍‌ ଦୂରରେ

ଚେନ୍ନାଇ,୧୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟ ଦ୍ୱାରରେ ପହଞ୍ଚିଛି। ୪୮୨ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଖେଳର ଚତୁର୍ଥ ଦିନରେ ମଙ୍ଗଳବାର ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଇଂଲଣ୍ଡ ୭ ଉଇକେଟ ହାରାଇ ୧୧୬ ସ୍କୋର କରି ସଂଗ୍ରହ କରିଛି। ଇଂଲଣ୍ଡ ବର୍ତ୍ତମାନ ଲକ୍ଷ୍ୟଠାରୁ ୩୬୬ ରନ ଦୂରରେ ଥିବାବେଳେ ମ୍ୟାଚ ଜିତିବା ଏବଂ ଚାରି ମ୍ୟାଚ ବିଶିଷ୍ଟ ସିରିଜ ସମାନ କରିବା ପାଇଁ ଭାରତକୁ ତିନିଟି ଉଇକେଟ ଦରକାର। ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଅଧିନାୟକ ଜେ ରୁଟ୍‌ ୩୩ରେ ଖେଳୁଥିଲେ। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ଏବଂ ଅକ୍ଷର ପଟେଲ ଭାରତରୁ ୩-୩ଟି ଉଇକେଟ ନେଇଥିବାବେଳେ କୁଲଦୀପ ଯାଦବ ଗୋଟିଏ ଉଇକେଟ ନେଇଛନ୍ତି।

Share