Categories: ଖେଳ

ପାକିସ୍ତାନକୁ ବଡ଼ ଝଟ୍‌କା

କଲମ୍ବୋ,୧୩।୯: ୨୦୨୩ ଏସିଆ କପରେ ସେପ୍ଟେମ୍ବର ୧୪ରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଉଭୟ ଦଳ ପାଇଁ ଏହି ମ୍ୟାଚ ସେମିଫାଇନାଲରୁ କମ ନୁହେଁ। ଏହି ମ୍ୟାଚର ବିଜେତା ଦଳ ଫାଇନାଲରେ ପ୍ରବେଶ କରିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ପାକିସ୍ତାନ ଏକ ବଡ ଝଟ୍‌କା ଲାଗିଛି।
ଆହତ କାରଣରୁ ପାକିସ୍ତାନର ତାରକା ଦ୍ରୁତ ବୋଲର ନସିମ ଶାହା ୨୦୨୩ ଏସିଆ କପ୍‌ରୁ ବାଦ ପଡିଛନ୍ତି। ଭାରତ ବିପକ୍ଷ ସୁପର-୪ ମ୍ୟାଚରେ ନସିମ ଆହତ ହୋଇଥିଲେ। ଭାରତ ବିପକ୍ଷରେ ନସିମ ଶାହା ୪୯ ଓଭରରେ ହାତରେ ଆହତ ହୋଇ ପଡ଼ିଆ ଛାଡିଥିଲେ। ଏହା ପରେ ସେ ବ୍ୟାଟିଂ କରିବାକୁ ମଧ୍ୟ ଆସି ନ ଥିଲେ।
ନସିମ ଶାହାଙ୍କ ସ୍ଥାନ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ ଘୋଷଣା କରିଛି। ୨୨ ବର୍ଷୀୟ ଦ୍ରୁତ ବୋଲର ଜମାନ ଖାନଙ୍କୁ ନସିମ ଶାହାଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଛି।
ପାକିସ୍ତାନର ଆଉ ଜଣେ ତାରକା ଫାଷ୍ଟ ବୋଲର ହରିସ ରୌଫ ସମ୍ପୂର୍ଣ୍ଣ ଫିଟ ନୁହଁନ୍ତି। ସେ ଭାରତ ବିପକ୍ଷ ମ୍ୟାଚରେ ମଧ୍ୟ ଆହତ ହୋଇଥିଲେ ଏବଂ ରିଜର୍ଭ ଡେ’ରେ ବୋଲିଂ କରିପାରି ନ ଥିଲେ। ତେବେ ଏସିଆ କପ୍‌ରୁ ହରିସ ଏପର୍ଯ୍ୟନ୍ତ ବାହାରି ନାହାଁନ୍ତି। ବର୍ତ୍ତମାନ ପିସିବି ମେଡିକାଲ ଟିମ ତାଙ୍କ ଉପରେ ନଜର ରଖିଛନ୍ତି।

Share