Posted inଜାତୀୟ

ଭାରତ ପାକିସ୍ତାନ ଲଢୁଛନ୍ତି ସମାନ ଲଢ଼େଇ, ତାତି ହେଉଛି ଅସହ୍ୟ…

ଲଣ୍ଡନ, ୧୯।୫ : ଭାରତ ଏବଂ ପାକିସ୍ତାନ ସମାନ ଲଢ଼େଇ ଲଡୁଛନ୍ତି। ଦୁଇ ଦେଶରେ ଅସହ୍ୟ ତାତି ହେଉଛି। ଏପ୍ରିଲ ଏବଂ ମେ ମାସରେ ଉତ୍ତର-ପଶ୍ଚିମ ଭାରତ ଏବଂ ପାକିସ୍ତାନରେ ତାତି ରେକର୍ଡ ଭାଙ୍ଗିଛି। ଏହାଯୋଗୁ ସମଗ୍ର ପ୍ରାଣୀ ଜଗତ ସହିତ ଫସଲ ମଧ୍ୟ ନଷ୍ଟ ହୋଇଛି। ବ୍ରିଟେନର ପାଣିପାଗ କାର୍ଯ୍ୟାଳୟ ଦ୍ୱାରା ହୋଇଥିବା ଏହି ଉତ୍ତାପ ବିଷୟରେ ଏକ ଅଧ୍ୟୟନରେ ଏସମ୍ପର୍କରେ ଉଳ୍ଲେଖ କରାଯାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତ ପାକିସ୍ତାନରେ ତାତି ସହିତ ଲୁ ସମ୍ଭାବନା ୧୦୦ ଗୁଣା ବୃଦ୍ଧି ପାଇଛି। ବ୍ରିଟେନର ପାଣିପାଗ ବିଭାଗ ୨୦୧୦ ରେ ଏପ୍ରିଲ ଏବଂ ମେ ମାସରେ ଦେଖାଯାଇଥିବା ରେକର୍ଡ ଭାଙ୍ଗିଥିବା ତାପମାତ୍ରା ସମ୍ଭାବନାକୁ ଆକଳନ କରିବା ପାଇଁ ଏକ ଅଧ୍ୟୟନ କରିଛି।

ପାଣିପାଗ ବିଭାଗ ଅନୁସାରେ ଏପ୍ରିଲ ଏବଂ ମେ ୨୦୧୦ରେ ୧୯୦୦ ପରଠାରୁ ଏହି ଅଞ୍ଚଳର ସର୍ବାଧିକ ହାରାହାରି ତାପମାତ୍ରା ରେକର୍ଡ କରାଯାଇଛି। ବ୍ରିଟେନର ମେଟ ଅଫିସ ନିଜ ୱେବସାଇଟରେ ଏକ ବିବୃତ୍ତିରେ କହିଛି ଯେ,ଅଧ୍ୟୟନରୁ ଜଣାପଡିଛି ଯେ ୨୦୧୦ ରେ ହାରାହାରି ତାପମାତ୍ରାର ବୃଦ୍ଧି ସେହି ବର୍ଷ ଅତ୍ୟଧିକ ଉତ୍ତାପର ପ୍ରାକୃତିକ ସମ୍ଭାବନା ଯୋଗୁ ହୋଇଥିଲା। ଏଭଳି ସ୍ଥିତି ପ୍ରତି ୩୧୨ ବର୍ଷରେ ଥରେ ଘଟିଥାଏ। ପ୍ରାକୃତିକ କାରଣ ଯୋଗୁ ୩୧୨ ବର୍ଷରେ ଥରେ ବଢୁଥିବା ଉତ୍ତାପ ବର୍ତ୍ତମାନ ପ୍ରତି ୩.୧ ବର୍ଷରେ ଘଟୁଛି ଏବଂ ଏହି ଶତାବ୍ଦୀର ଶେଷ ସୁଦ୍ଧା ଏହା ୧.୧୫ ବର୍ଷରେ ଘଟିବ। ମେଟ ଅଫିସ ଆଟ୍ରିବ୍ୟୁଶନ ଅଧ୍ୟୟନ କରିଥିବା ନିକୋସ ଖ୍ରୀଷ୍ଟିଡିସ କହିଛନ୍ତି, ଆମର ଅଧ୍ୟୟନରୁ ଜଣାପଡିଛି ଯେ ଜଳବାୟୁ ପରିବର୍ତ୍ତନଯୋଗୁ ତାତି ସହିତ ଲୁ ପ୍ରବାହ ବୃଦ୍ଧି ପାଉଛି। ଜଳବାୟୁ ଆଟ୍ରିବ୍ୟୁଶନର ମେଟ ଅଫିସ ସାଇନ୍ସ ପ୍ରଫେସର ପିଟର ଷ୍ଟଟ କହିଛନ୍ତି, ଗତ କିଛି ଦିନ ମଧ୍ୟରେ ଭାରତ ପାକିସ୍ତାନର ଏହି ଅଞ୍ଚଳରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରୁ ଅଧିକ ହୋଇଥିବାରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ବର୍ତ୍ତମାନର ତାତି ଏଠାରେ ବାସ କରୁଥିବା ଲୋକ ଏବଂ ସେମାନଙ୍କ ଜୀବିକା ଉପରେ ପ୍ରଭାବ ପକାଉଛି। ଏହା ନୂତନ ରେକର୍ଡ ସୃଷ୍ଟି କରିବାର ଆଶା ରହିଛ। ସେ କହିଛନ୍ତି ଯେ ଗତ ରବିବାର ପାକିସ୍ତାନର ସର୍ବୋଚ୍ଚ ତାପମାତ୍ରା ୫୧ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ପରେ ତାତି କିଛି ମାତ୍ରାରେ କମିଯାଇଛି। ତଥାପି ଚଳିତ ସପ୍ତାହ ମଧ୍ୟଭାଗରୁ ପୁନର୍ବାର ଉତ୍ତାପ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ରାତିର ତାପମାତ୍ରା ମଧ୍ୟ ଅଧିକ ରହିବ ବୋଲି ଆଶା କରାଯାଉଥିବା ବେଳେ କେତେକ ସ୍ଥାନରେ ପୁନର୍ବାର ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିବାର ସମ୍ଭାବନା ଅଧିକ ରହିଛି। ଏହି ଅଞ୍ଚଳରେ ଅଗ୍ନିକାଣ୍ଡର ଆଶଙ୍କା ମଧ୍ୟ ବଢ଼ିବାରେ ଲାଗିଛି । କେତେକ ସ୍ଥାନରେ ଧୂଳିଝଡ଼ ହେବାର ସମ୍ଭାବନା ରହିଛି। କେରଳ ସରକାରଙ୍କ ଇନଷ୍ଟିଚ୍ୟୁଟ ଫର ଜଳବାୟୁ ପରିବର୍ତ୍ତନ ଅଧ୍ୟୟନର ନିର୍ଦ୍ଦେଶକ ତଥା ପୂର୍ବତନ ଆଇଏମଡି ବୈଜ୍ଞାନିକ ଡିଏସ ପାଏ କହିଛନ୍ତି, ୨୦୦୯ ଏକ ଏଲ ନିନୋ ବର୍ଷ ଥିଲା। ଏଲ ନିନୋର ପ୍ରଭାବ ୨୦୧୦ର ମୌସୁମୀ ପୂର୍ବରୁ ଗ୍ରୀଷ୍ମ ଋତୁ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ତେଣୁ ୨୦୧୦ପାଇଁ ଏପ୍ରିଲ-ମେ ତାପମାତ୍ରା ସବୁଠୁ ଇତ୍ତପ୍ତ ବୋଲି କୁହାଯାଇପାରେ।

ଜଳବାୟୁ ପରିବର୍ତ୍ତନ ତାପମାତ୍ରାରେ ବର୍ଦ୍ଧିତ ପରିବର୍ତ୍ତନ ଆଣିଥାଏ ତେଣୁ ସର୍ବଦା ପ୍ରବଳ ଉତ୍ତାପ ହେବାର ସମ୍ଭାବନା ଥାଏ। କିନ୍ତୁ ବାୟୁମଣ୍ଡଳୀୟ ଅବସ୍ଥା ମଧ୍ୟ ଏଥିରେ ସହାୟକ ହୋଇଥାଏ। ଉଷ୍ମ ଉତ୍ତର-ପଶ୍ଚିମ ପବନ ଚଳିତ ବର୍ଷ ଅତ୍ୟଧିକ ଉତ୍ତାପ ପାଇଁ ଅବସ୍ଥା ସୃଷ୍ଟି କରିଛି। ତଥାପି, ୨୦୨୨ରେ ହାରାହାରି ତାପମାତ୍ରାରେ ତାହା ହୋଇନପାରେ। ସେହିଭଳି ସମସ୍ତ ଭବିଷ୍ୟତ ବର୍ଷ ମଧ୍ୟ ଏହି ସ୍ଥିତି ସମାନ ରହିବାର ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri