Categories: ଖେଳ

ଦିନିକିଆରେ ୩୫ ଥର ମୁହାଁମୁହିଁ ହୋଇଛନ୍ତି ଭାରତ-ବାଲାଂଦେଶ, କିଛି ଏଭଳି ରହିଛି ସମୀକରଣ

ଢାକା,୪।୧୨: ଭାରତ-ବାଲାଂଦେଶ ଟିମ୍‌ ମଧ୍ୟରେ ରବିବାରଠାରୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ଏଯାବତ ଉଭୟ ଟିମ୍‌ ୩୫ ଦିନିକିଆ ମୁକାବିଲା ଖେଳିଛନ୍ତି। ଏଥିରୁ ୩୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବାଜିମାତ କରିଛି। ସେହିଭଳି ବାଲାଂଦେଶ ମାତ୍ର ୫ ଦିନିକିଆରେ ଭାରତକୁ ପରାଜିତ କରିଛିି। ଆକଳନକୁ ଦେଖିଲେ ବାଲାଂଦେଶ ଉପରେ ଭାରତର ଦବ୍‌ଦବା ଅଧିକ ରହିବ ବୋଲି ଆଶା କରାଯାଉଛି।

କହିରଖୁଛୁ ଯେ, ୪ ବର୍ଷ ପୂର୍ବେ ଭାରତ ଦିନିକିଆ ସିିରିଜ ଲାଗି ବାଲାଂଦେଶ ଗସ୍ତ କରିଥିଲା। ଏହି ସିରିଜରେ ବାଲାଂଦେଶ ଭାରତକୁ ୧-୨ରେ ପରାସ୍ତ କରିଥିଲା। ଏମିତିରେ ବାଲାଂଦେଶ ଟିମ୍‌ ଗତ ଥର ଭଳି ଏଥର ମଧ୍ୟ ଭାରତକୁ ହରାଇବା ଯୋଜନାରେ ମଇଦାନକୁ ଓହ୍ଲାଇପାରେ। ସେହିଭଳି ଟିମ୍‌ ଇଣ୍ଡିଆ ମଧ୍ୟ ନିଜର ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଓହ୍ଲାଇପାରେ ବୋଲି କୁହାଯାଉଛି।

Share