Categories: ଜାତୀୟ

ପଡୋଶୀ ଦେଶର ସ୍ଥିତି କହୁଛି ସିଏଏ କାହିଁକି ଜରୁରୀ: ହରଦୀପ ପୁରୀ

ନୂଆଦିଲ୍ଲୀ,୨୨ ।୮: ଆଫଗାନିସ୍ତାନ ତାଲିବାନ କବଜାକୁ ଆସିବା ପରେ ସ୍ଥିତି ବେଳକୁ ବେଳ ବେକାବୁ ହେବାରେ ଲାଗିଛି । ତାଲିବାନି ଶାସନ ଆଗରେ ନିଜକୁ ଅସୁରକ୍ଷିତ ମଣୁଥିବା ଆଫଗାନିବାସୀ ଏବେ ଦେଶଛାଡି ପଳାଇ ଯିବାକୁ ଉଦ୍ୟତ ହେଉଛନ୍ତି । ଏଭଳି ସ୍ଥିିରେ ଭାରତୀୟ ବାୟୁ ସେନା ଦ୍ୱାରା ସେଠାରେ ଫସି ରହିଥିବା ଭାରତୀୟଙ୍କ ସମେତ କେତେଜଣ ଆଫଗାନବାସୀଙ୍କୁ ବି ଉଦ୍ଧାର କରାଯାଇଛି । ଏଭଳି ସ୍ଥିତିକୁ ଦେଖି କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ଆମ ପଡୋଶୀ ଦେଶରେ ହିନ୍ଦୁ ଶିଖଙ୍କ ପ୍ରତି ଯେଉଁଭଳି ବ୍ୟବହାର ହେଉଛି ଏହାକୁ ଦେଖିଲେ ଏବେ ଲାଗୁଛି ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) କାହିିଁକି ଜରୁରୀ । ଏବେ ଅଶାନ୍ତ ଆଫଗାନିସ୍ତାନରୁ ବାହାରି ଆସି ପରିବାରକୁ ବଞ୍ଚାଇବା ବେଳେ ଏହା ଜଣେ ବ୍ୟକ୍ତି ପାଇଁ କେତେ ଜରୁରୀ ତାହା ସହଜରେ ଅନୁମେୟ ।

Share