Categories: ଜାତୀୟ

ମୁମ୍ବାଇ ବୈଠକର କାର୍ଯ୍ୟସୂଚୀକୁ ପ୍ରକାଶ କଲା ‘ଇଣ୍ଡିଆ’

ନୂଆଦିଲ୍ଲୀ,୩୦।୮: ‘ଇଣ୍ଡିଆ’ ମେଣ୍ଟ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଦଳର ବୈଠକର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀକୁ ପ୍ରକାଶ କରିଛି। ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧ରେ ମୁମ୍ବାଇର ଗ୍ରାଣ୍ଡ ହୟାତ୍‌ ହୋଟେଲରେ ଏହି ବୈଠକ ଅନୁଷ୍ଠିତ ହେବ । କାର୍ଯ୍ୟସୂଚୀ ଅନୁଯାୟୀ ବୁଧବାର ଅପରାହ୍ନ ୪ଟାରେ ମହା ବିକାଶ ଅଗାଡିଙ୍କ ଏକ ଖବରଦାତା ସମ୍ମିଳନୀ ହେବ। ଯେଉଁଥିରେ ବୈଠକରେ ସମ୍ପର୍କରେ ସୂଚନା ଦିଆଯିବ।

ଅଗଷ୍ଟ ୩୧ ଅର୍ଥାତ୍‌ ଗୁରୁବାରରେ ‘ଇଣ୍ଡିଆ’ ମେଣ୍ଟରେ ଜଡିତ ରାଜନୈତିକ ଦଳର ନେତାମାନେ ମୁମ୍ବାଇରେ ପହଞ୍ଚିବେ। ସା ୬ରୁ ୬.୩୦ ପର୍ଯ୍ୟନ୍ତ ଅତିଥିମାନଙ୍କୁ ସ୍ବାଗତ କରାଯିବ। ଏହା ପରେ ସମସ୍ତ ନେତା ସା ୬.୩୦ରେ ଏକ ଆନୁଷ୍ଠାନିକ ବୈଠକ କରିବେ।

 

Share