Categories: ଖେଳ

ବକ୍ସିଂ ଡେ’ ଟେଷ୍ଟରେ ଭାରତର ସ୍ଥିତି ମଜଭୁତ

ମେଲବୋର୍ନ,୨୮।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବକ୍ସିଂ ଡେ’ ଟେଷ୍ଟର ଭାରତ ମଜଭୁତ ସ୍ଥିତିରେ ପହଞ୍ଚିଛି। ପ୍ରଥମ ଇନିଂସରେ ଭାରତ ୩୨୬ ରନ କରି ଅଲଆଉଟ ହୋଇଯାଇଛି। ଏହା ସହିତ ଦଳ ପ୍ରଥମ ଇନିଂସ୍‌ରେ ଅଷ୍ଟ୍ରେଲିଆ ଠାରୁ ୧୩୧ ରନ୍‌ରେ ଅଗ୍ରଣୀ ଲାଭ କରିଛି। ଭାରତର ପ୍ରଥମ ଇନିଂସ ଶେଷ ହେବା ପରେ ଘରୋଇ ଦଳ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଛି। ଏହି ଟେଷ୍ଟର ପ୍ରଥମ ଦିନରେ ଅଷ୍ଟ୍ରେଲିଆକୁ ୧୯୫ ରନ୍‌ରେ ଆଉଟ କରିବା ପରେ ଟିମ ଇଣ୍ଡିଆ ବ୍ୟାଟିଂ କରିଥିଲା। ଅଧିନାୟକ ଅଜିଙ୍କେ ରାହାନେ ୧୧୨ ଓ ରବୀନ୍ଦ୍ର ଜାଡେଜାଙ୍କ ୫୭ ରନ ବଳରେ ଭାରତ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ୮ ଉଇକେଟ୍‌ରେ ପରାସ୍ତ ହୋଇଥିଲା।

Share