Categories: ଖେଳ

ଭାରତ ୧୧୭ ରନ୍‌ରେ ଅଲଆଉଟ୍‌

ବିଶାଖାପାଟଣା,୧୯।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ୧୧୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଫଳରେ ଅଷ୍ଟ୍ରେଲିଆକୁ ୧୧୮ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୨୬ ଓଭରରେ ୧୧୭ ରନରେ ଅଲଆଉଟ୍‌ ହୋଇଛି। ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ସ୍କୋର ବିରାଟ କୋହଲି କରିଥିଲେ। ସେ ୩୫ ବଲ୍‌ରୁ ୩୧ ରନ୍‌ କରିଥିଲେ। ସେହିପରି ଅକ୍ଷର ପଟେଲ ୨୯, ରବିନ୍ଦ୍ର ଜାଡେଜା ୧୬, ରୋହିତ ଶର୍ମା ୧୩ ରନ୍‌ ସୌକାର କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍‌ ଷ୍ଟ୍ରାକ୍‌ ୫ଟି ଉଇକେଟ୍‌ ନେଇଥିବା ବେଳେ ସିନ୍‌ ଆବୋଟ ୩ ଏବଂ ନାଥନ ଏଲିସ ୨ଟି ଉଇକେଟ୍‌ ନେଇଥିଲେ।
ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଏହା ଭାରତର ତୃତୀୟ ସର୍ବନିମ୍ନ ସ୍କୋର। ୧୯୮୧ରେ, ଭାରତୀୟ ଦଳ ସିଡନୀରେ ୬୩ ରନ ଏବଂ ୨୦୦୦ରେ ସିଡନୀରେ ୧୦୦ରନ ସ୍କୋର କରିପାରନ୍ତି।

Share