Posted inଖେଳ

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ଇନ୍ଦୋର,୨୪ା୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ମଙ୍ଗଳବାର ଇନ୍ଦୋରର ହୋଲ୍‌କର କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ୨-୦ରେ ଆଗୁଆ ରହିଥିବା ଭାରତ ଏହି ମ୍ୟାଚ୍‌ରେ ନିଜର ମିଡଲ ଅର୍ଡର ସୁଧାରିବାକୁ ପ୍ରୟାସ କରିବ। ସେହିପରି ବୋଲିଂ ଲାଇନ୍‌ ଅପ୍‌ରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଓପ୍‌ନର ଶୁବମନ ଗିଲ୍‌ ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ରହିଥିବା ବେଳେ ରୋହିତ ଶର୍ମା ମଧ୍ୟ ଦୁଇଟିଯାକ ମ୍ୟାଚ୍‌ରେ ଉପଯୋଗୀ ଇନିଂସ ଖେଳିଛନ୍ତି। ଟପ୍‌ ଅର୍ଡରରେ ବିରାଟ କୋହଲି ଉଭୟ ମ୍ୟାଚ୍‌ରେ ବିଫଳ ହୋଇଥିବା ବେଳେ ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ୍‌, ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ପ୍ରଭାବୀ ରହିନାହିଁ। ବାମହାତୀ ସ୍ପିନରଙ୍କ ବିପକ୍ଷରେ କୋହଲିଙ୍କ ଦୁର୍ବଳ ପ୍ରଦର୍ଶନ ଜାରି ରହିଛି। ୪ ମ୍ୟାଚ୍‌ରେ ୩ ଶତକ ହାସଲ କରିବା ପରେ କୋହଲି ବାମହାତୀ ସ୍ପିନରଙ୍କ ବିପକ୍ଷରେ ନିଜର ଦୁର୍ବଳତା ସୁଧାରିବାକୁ ପ୍ରୟାସ କରିପାରନ୍ତି। ସେହିପରି ମଧ୍ୟକ୍ରମରେ ସୂର୍ଯ୍ୟକୁମାର, ଇଶାନ ଓ ହାର୍ଦ୍ଦିକଙ୍କୁ ଅଧିକ ବ୍ୟାଟିଂ ଦେବା ଲକ୍ଷ୍ୟରେ ରହିବ ଭାରତ। ଦ୍ୱିତୀୟ ଅଲ୍‌ରାଉଣ୍ଡର ଭାବରେ ଓ୍ବାଶିଂଟନ୍‌ ସୁନ୍ଦରଙ୍କ ସ୍ଥାନରେ ଶାହବାଜ ଅହମଦଙ୍କୁ ମଧ୍ୟ ସୁଯୋଗ ମିଳିପାରେ। ଭାରତୀୟ ଦଳ ଏହାର ବୋଲିଂ ବେଞ୍ଚ୍‌ଷ୍ଟ୍ରେନ୍ଥ ଉପରେ ଏଯାଏ କାମ ଆରମ୍ଭ କରି ନାହିଁ। ଉମ୍‌ରାନ ମଲିକ ଏବଂ ୟୁଜ୍‌ବେନ୍ଦ୍ର ଚହଲ ଚଳିତ ସିରିଜରେ ଗୋଟିଏ ବି ମ୍ୟାଚ୍‌ ଖେଳି ନ ଥିବା ବେଳେ ଏହି ମ୍ୟାଚ୍‌ରେ ସୁଯୋଗ ପାଇପାରନ୍ତି। ପ୍ରଥମ ଦିନିକିଆରେ ଭାରତୀୟ ବୋଲର ଅତ୍ୟନ୍ତ ସାଧାରଣ ବୋଲିଂ କରିବା ସହିତ ୧୩୧/୬ରୁ ନ୍ୟୁଜିଲାଣ୍ଡକୁ ୩୦୦ ରନ୍‌ ଅତିକ୍ରମ କରିବାର ସୁଯୋଗ ଦେଇଥିଲେ। ଦ୍ୱିତୀୟ ଦିନିକିଆରେ କିନ୍ତୁ ଚମତ୍କାର ପ୍ରତ୍ୟାବର୍ତ୍ତନ କରିବା ସହିତ ଭ୍ରମଣକାରୀ ଦଳକୁ ମାତ୍ର ୧୦୮ ରନ୍‌ରେ ସୀମିତ ରଖିଥିଲେ। ମହମ୍ମଦ ଶାମି, ମହମ୍ମଦ ସିରାଜ ଓ ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ବୋଲିଂ ଚମତ୍କାର ରହିଥିବା ବେଳେ ସ୍ପିନ୍‌ ବୋଲର ମଧ୍ୟ ମାପଚୁପ ବୋଲିଂ କରିଥିଲେ। ଅନ୍ୟପକ୍ଷରେ ଟମ୍‌ ଲଥାମଙ୍କ ନ୍ୟୁଜିଲାଣ୍ଡ ମଧ୍ୟ ସାନ୍ତ୍ୱନାମୂଳକ ବିଜୟ ହାସଲ କରିବାକୁ ଚାହିଁବ। ଓ୍ବିଲିୟମ୍‌ସନ୍‌ଙ୍କ ବିନା ଦଳର ବ୍ୟାଟିଂ ଦୁର୍ବଳତା ପଦାରେ ପଡ଼ିଥିବା ବେଳେ ଏହାକୁ ସୁଧାରିବାକୁ ଟପ୍‌ ଅର୍ଡର ବ୍ୟାଟର ପ୍ରୟାସ କରିବେ। ହୋଲ୍‌କର ଷ୍ଟାଡିୟମ ପିଚ୍‌ ବ୍ୟାଟରଙ୍କୁ ସହାୟକ ହେବ ବୋଲି ଆଶା କରାଯାଏ। କାକର ପ୍ରଭାବ ଦ୍ୱିତୀୟ ଇନିଂସ୍‌ରେ ପଡ଼ିବାର ସମ୍ଭାବନା ଥିବାରୁ ଟସ୍‌ ଜିତିବା ଦଳ ହିଁ ବ୍ୟାଟିଂ ନିଷ୍ପତ୍ତି ନେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri