Posted inଖେଳ

ସାନ୍ତ୍ୱନାମୂଳକ ବିଜୟ ଲକ୍ଷ୍ୟରେ ଭାରତ: ସଇନିଙ୍କ ବଦଳରେ ନଟରାଜନ କିମ୍ବା ଶାର୍ଦ୍ଦୁଳ ଖେଳିବେ

କାନବେରା,୨।୧୨(ପି.ଟି.): ଅଷ୍ଟ୍ରେଲିଆଠାରୁ ପ୍ରଥମ ଦୁଇଟି ଦିନିକିଆରେ ପରାସ୍ତ ହେବା ପରେ ଭ୍ରମଣକାରୀ ଭାରତ ତୃତୀୟ ମ୍ୟାଚ୍‌ ଜିତି ସିରିଜ ହ୍ବାଇଟ୍‌ଓ୍ବାଶ୍‌କୁ ଏଡେଇବାକୁ ପ୍ରୟାସ କରିବ। ସିରିଜରେ ୦-୨ରେ ପଛରେ ପଡି ଭାରତ ସିରିଜ ହାତଛଡ଼ା କରିସାରିଛି। ବୁଧବାର ସ୍ଥାନୀୟ ମନୁକା ଓଭାଲ ଗ୍ରାଉଣ୍ଡରେ ଘରୋଇ ଦଳକୁ ହରାଇ ଭାରତ ସାନ୍ତ୍ୱନାମୂଳକ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। କ୍ରମାଗତ ଦୁଇଟି କ୍ଲିନ୍‌ ସୁଇପ୍‌କୁ ଏଡାଇବା ପାଇଁ ଭାରତ ଦଳରେ ଗୋଟିଏ ଦୁଇଟି ପରିବର୍ତ୍ତନ କରିବା ଆଶା କରାଯାଉଛି। ଖାସ୍‌ କରି ବୋଲିଂ ବିଭାଗରେ ପରିବର୍ତ୍ତନ ହେବା ନିଶ୍ଚିତ ମନେ ହେଉଛି। ଏହା ପୂର୍ବରୁ ଭାରତ ଗତବର୍ଷ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ୦-୩ରେ ଦିନିକିଆ ସିରିଜ ପରାଜୟ ବରଣ କରିଥିଲା।
ଏହି ମ୍ୟାଚ୍‌ରେ ବିଜୟୀ ହେବାକୁ ଆମେ ଦୃଢ଼ ନିଶ୍ଚିତ। ତେଣୁ ଅଷ୍ଟ୍ରେଲିଆକୁ ଏତେ ସହଜରେ କ୍ଲିନ୍‌ ସୁଇପ୍‌ କରିବାକୁ ଆମେ ଦେବୁନାହିଁ ବୋଲି ଭାରତୀୟ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର କହିଛନ୍ତି। ଯଦି ଭାରତ ପରାସ୍ତ ହୁଏ ତେବେ, ଦୀର୍ଘ ୨୦ ବର୍ଷ ପରେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ କ୍ଲିନ୍‌ ସୁଇପ୍‌ କରିବ। ନେଟ୍ସରେ ଆମ ବୋଲରମାନେ ସକାରାତ୍ମକ ମନୋଭାବ ସହିତ ଅଭ୍ୟାସ କରୁଛନ୍ତି। କେତୋଟି ନିଶ୍ଚିତ ଯୋଜାନାକୁ ଦୃଷ୍ଟିରେ ରଖି ଆମ ବୋଲରମାନେ ଅଭ୍ୟାସ କରିବା ଜାରି ରଖିଛନ୍ତି ବୋଲି ଆୟାର କହିଛନ୍ତି।
ହାଇସ୍କୋରିଂ ପ୍ରଥମ ଦୁଇଟି ଦିନିକିଆରେ ଅଷ୍ଟ୍ରେଲିଆ କୋହଲିଙ୍କ ଦଳକୁ ବୃହତ୍‌ ବ୍ୟବଧାନରେ ଚକ୍‌ମା ଦେଇଥିଲା। ମାନୁକା ଓଭାଲ ଅଷ୍ଟ୍ରେଲିଆର ସବୁଠାରୁ ଫ୍ଲାଟେଷ୍ଟ ପିଚ୍‌ ଓ ସବୁଠାରୁ ଲମ୍ବା ବାଉଣ୍ଡାରି ପାଇଁ ଜଣାଶୁଣା। ତେଣୁ ପ୍ରଥମ ଦୁଇଟି ଦିନିକିଆ ଭଳି ଏହି ମ୍ୟାଚ୍‌ ମଧ୍ୟ ହାଇସ୍କୋରିଂ ହେବ ଓ ଏଠାରେ ଦ୍ରୁତଗତିରେ ରନ୍‌ ସଂଗ୍ରହ ହେବ ବୋଲି ଆଶା କରାଯାଉଛି। ଆଉ ୨୩ ରନ ସଂଗ୍ରହ କଲେ କୋହଲି ଦିନିକିଆରେ ୧୨,୦୦୦ ରନ ପୂରଣ କରିବେ। ଏହି ମ୍ୟାଚ୍‌ ସହ ସେ ୨୪୨ଟି ଇନିଂସ ଖେଳି ଏହି ସଫଳତା ହାସଲ କରିବେ। ପୂର୍ବରୁ ସଚିନ ତେନ୍ଦୁଲକର ୩୦୦ ଇନିଂସ ଖେଳି ଦ୍ରୁତତମ ୧୨,୦୦୦ ରନ ପୂରଣ କରିଥିଲେ। ସେହିପରି ଆଉ ୨ ଉଇକେଟ ହାସଲ କଲେ ମହମ୍ମଦ ସାମି ଦିନିକିଆରେ ୧୫୦ ଉଇକେଟ ହାସଲ କରିବେ। ପାଗ ସଫା ଓ ଉଷ୍ଣ ରହିବ।
ପ୍ରଥମ ଦୁଇଟି ମ୍ୟାଚ୍‌ରେ ଆମେ ସବୁ ବିଭାଗରେ ସମ୍ପୂର୍ଣ୍ଣ ଭାବେ ପରାସ୍ତ ହୋଇଛୁ ବୋଲି ଅଧିନାୟକ କୋହଲି ସ୍ବୀକାର କରିଛନ୍ତି। ତେବେ ତ୍ରୁଟି ସୁଧାରି ଆମେ ପ୍ରତ୍ୟାବର୍ତ୍ତନ କରିବୁ ବୋଲି ସେ ଆଶା ପ୍ରକାଶ ପ୍ରକାଶ କରିଛନ୍ତି। ନିଜର ପ୍ରଥମ ଅଷ୍ଟ୍ରେଲିଆ ଗସ୍ତରେ ଦ୍ରୁତତମ ବୋଲର ନବଦୀପ ସଇନି ଅସହାୟ ମନେହେଉଛନ୍ତି। ମାତ୍ର ୭ ଓଭରରେ ସଇନି ୭୦ ରନ ବ୍ୟୟ କରିଥିଲେ। ଫଳରେ ତାଙ୍କ କୋଟା ପୂରଣ କରିବାକୁ କୋହଲି ସମ୍ପୂର୍ଣ୍ଣ ଫିଟ୍‌ ହୋଇ ନ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ମୟଙ୍କ ଅଗ୍ରଓ୍ବାଲଙ୍କୁ ବୋଲିଂ ଦେଇଥିଲେ। ଏବେ ୨୭ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ସାରିଥିବା ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର କିମ୍ବା ୟର୍କର ସେନ୍‌ସେସନ ବାମହାତୀ ପେସର ଟି. ନଟରାଜନଙ୍କୁ ସଇନିଙ୍କ ସ୍ଥାନରେ ଖେଳାଯିବା ଏକପ୍ରକାର ନିଶ୍ଚିତ ମନେହେଉଛି। ଟି୨୦ ସିରିଜ ପୂର୍ବରୁ ନଟରାଜନ ଦିନିକିଆରେ ପଦାର୍ପଣ କରିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି। ପୁଣି ଟେଷ୍ଟ ସିରିଜ ପୂର୍ବରୁ ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ଦେବାକୁ ଶାର୍ଦ୍ଦୁଳ ଓ ନଟରାଜନ ଉଭୟଙ୍କୁ କୋହଲି ସୁଯୋଗ ଦେଇ ପାରନ୍ତି।
ବୋଲିଂରେ ବିବିଧତା ଓ ଗତି ପରିବର୍ତ୍ତନ କରି ନଟରାଜନ ବେଶ୍‌ ଚତୁର ବୋଲିଂ କରିଥାନ୍ତି। ସେ ମଧ୍ୟ ବଲ୍‌ ସୁଇଂ କରିବାରେ ସମର୍ଥ। ତେଣୁ ସେ ଘରୋଇ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇବେ ବୋଲି ଆଶା କରାଯାଉଛି। ପୂର୍ବରୁ ଅଷ୍ଟ୍ରେଲିଆରେ ଭାରତୀୟ ବୋଲରମାନେ ଏଭଳି ପ୍ରହାର ଖାଇ ନ ଥିଲେ। ଭାରତୀୟ ବୋଲରମାନେ ଗତ ଦୁଇଟି ମ୍ୟାଚ୍‌ରେ ୬୯ ଚୌକା ଓ ୧୯ଟି ଛକା ଦେଇଛନ୍ତି। ବୋଲରଙ୍କ ପ୍ରଦର୍ଶନ ନିଶ୍ଚିତ ଭାବେ ଆଶାନୁରୂପ ହୋଇପାରିନାହିଁ ବୋଲି କୋହଲି ସ୍ବୀକାର କରିଛନ୍ତି। ଷ୍ଟିଭ୍‌ ସ୍ମିଥ୍‌ଙ୍କୁ କେଉଁଠାରେ ଓ କିଭଳି ବୋଲିଂ କରାଯିବ ଭାରତୀୟ ବୋଲରମାନେ ଜାଣି ନ ଥିଲେ। କ୍ରମାଗତ ଦୁଇଟି ଶତକ ହାସଲ କରି ସ୍ମିଥ୍‌ ଭାରତକୁ ନିରାଶ କରିଛନ୍ତି। ଧୂଆଁଧାର ବ୍ୟାଟିଂ କରି ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଦଳକୁ ଅଧିକ ୩୦ ରନର ଯୋଗଦାନ କରିଛନ୍ତି। ଫଳରେ ଭାରତ ୬୬ ଓ ୫୧ ରନରେ ପରାସ୍ତ ହୋଇଥିଲା। ବାରମ୍ବାର ବୋଲିଂ ପରିବର୍ତ୍ତନ କରି କୋହଲି ସମାଲୋଚିତ ହୋଇଛନ୍ତି। ଓପନିଂ ସ୍ପେଲ୍‌ରେ ଯଶପ୍ରୀତ ବୁମ୍‌ରାଙ୍କୁ ଦୁଇ ଓଭର ବୋଲିଂ କରିବାର ସୁଯୋଗ ଦେଇଥିବାରୁ କୋହଲିଙ୍କୁ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଓ ଆଶିଷ ନେହେରା ସମାଲୋଚନା କରିଛନ୍ତି। ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ସବୁଠାରୁ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଛନ୍ତି। ସେ ୧୯ ଓଭରରେ ୧୬୦ ରନ ବ୍ୟୟ କରି ମାତ୍ର ଗୋଟିଏ ଉଇକେଟ ହାସଲ କରିଛନ୍ତି। ସେହିପରି ରବୀନ୍ଦ୍ର ଜାଡେଜା ୬.୧୫ ହାରରେ ରନ ବ୍ୟୟ କରିଛନ୍ତି ଓ ଦୁଇଟି ମ୍ୟାଚ୍‌ରେ ଉଇକେଟ ହାସଲ କରିପାରି ନାହାନ୍ତି। କୋହଲି ଓ ରାହୁଲ ଦ୍ୱିତୀୟ ଦିନିକିଆରେ ଭଲ ବ୍ୟାଟିଂ କରିଥିଲେ। ରାହୁଲ ଦ୍ୱିତୀୟ ପାଓ୍ବାର ପ୍ଲେରେ ଷ୍ଟ୍ରାଇକ୍‌ ରୋଟେଟ୍‌ କରିପାରି ନ ଥିଲେ। ତେବେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଭାରତ ୩୩୫- ୩୪୦ ରନର ସ୍କୋରକୁ ଚେଜ୍‌ କରିପାରିଥାନ୍ତା। କିନ୍ତୁ ବଡ଼ ଟାର୍ଗେଟ କାରଣରୁ ଭାରତ ସଫଳ ହୋଇପାରି ନ ଥିଲା
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ଶୁବମନ ଗିଲ, ଲୋକେଶ ରାହୁଲ (ଉପଅଧିନାୟକ ଓ ଉଇକେଟକିପର), ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରଓ୍ବାଲ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ନବଦୀପ ସଇନି, ଶାର୍ଦ୍ଦୁଳ ଠାକୁର ଓ ଟି. ନଟରାଜନ।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଡି’ଅର୍କି ଶର୍ଟ, ଷ୍ଟିଭ୍‌ ସ୍ମିଥ୍‌, ମାର୍ନସ ଲାବୁସେନ, ଗ୍ଲେନ ମ୍ୟାକ୍ସଓ୍ବେଲ, ଆଲେକ୍ସ କାରେ (ଉଇକେଟକିପର), ମିଲେ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ ହାଜେଲଉଡ୍‌, ସିନ ଆବୋଟ, ଆଷ୍ଟନ ଅଗର, କାମେରନ ଗ୍ରୀନ୍‌, ମୋଇସେସ୍‌ ହେନେରିକ୍ସ, ଆଣ୍ଡ୍ୟୁ ଟାଏ, ଡାନିଏଲ୍‌ ସାମ୍ସ, ମାଥ୍ୟୁ ଓ୍ବେଡ୍‌ (ଉଇକେଟକିପର)।
ମ୍ୟାଚ୍‌ ଆରମ୍ଭ: ୯.୧୦
ଭେନ୍ୟୁ: କାନବେରା


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri