Posted inଜାତୀୟ

ସେନା ପାଇଁ ୭୯,୦୦୦ କୋଟି ଟଙ୍କାର ପ୍ରତିରକ୍ଷା ସରଞ୍ଜାମ କିଣିବାକୁ ଅନୁମୋଦନ

ନୂଆଦିଲ୍ଲୀ,୨୩।୧୦: ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇଁ ଗୁରୁବାର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ୭୯,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସାମରିକ ସାମଗ୍ରୀ କ୍ରୟକୁ ଅନୁମୋଦନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାୟୁସେନା, ନୌସେନା ଏବଂ ସ୍ଥଳସେନା ପାଇଁ ଏହି କ୍ରୟ ଯୋଜନାକୁ ମଞ୍ଜୁରୀ ମିଳିଛି।

ସ୍ଥଳସେନା ପାଇଁ ‘ନାଗ ମିସାଇଲ ସିଷ୍ଟମ ଅନ୍ ଟ୍ରାକ୍ସ’ (Mk-II NAMIS) କିଣିବା ପ୍ରସ୍ତାବକୁ ‘ଆବଶ୍ୟକତାର ସ୍ୱୀକୃତି’ (AoN) ମିଳିଛି। ଏହି NAMIS ଶତ୍ରୁର ଯୁଦ୍ଧ ଯାନ, ବଙ୍କର ଏବଂ ଅନ୍ୟାନ୍ୟ କ୍ଷେତ୍ର ଦୁର୍ଗଗୁଡ଼ିକୁ ନଷ୍ଟ କରିବାରେ ସେନାର କ୍ଷମତାକୁ ବୃଦ୍ଧି କରିବ। ଏହାସହ ଗ୍ରାଉଣ୍ଡ ବେସ୍ଡ ମୋବାଇଲ ELINT ସିଷ୍ଟମ୍ (GBMES) ଏବଂ କ୍ରେନ ଲାଗିଥିବା ହାଇ-ମୋବିଲିଟି ଯାନଗୁଡ଼ିକ କିଣିବାକୁ ମଧ୍ୟ ଅନୁମୋଦନ କରାଯାଇଛି। GBMES ଶତ୍ରୁ ଇମିଟରର ୨୪ ଘଣ୍ଟିଆ ଇଲେକ୍ଟ୍ରୋନିକ୍ ଇଣ୍ଟେଲିଜେନ୍ସ ଯୋଗାଇବ।

ନୌସେନା ପାଇଁ ଲ୍ୟାଣ୍ଡିଂ ପ୍ଲାଟଫର୍ମ ଡକ୍ସ (LPD), ୩୦ ମିମି ନାଭାଲ୍ ସର୍ଫେସ୍ ଗନ୍, ଉନ୍ନତ ଲାଇଟୱେଟ୍ ଟର୍ପେଡୋ, ଇଲେକ୍ଟ୍ରୋ-ଅପ୍ଟିକାଲ୍ ଇନ୍ଫ୍ରା-ରେଡ୍ ସର୍ଚ୍ଚ ଆଣ୍ଡ ଟ୍ରାକ୍ ସିଷ୍ଟମ୍ ଏବଂ ୭୬ ମିମି ସୁପର ରାପିଡ୍ ଗନ୍ ମାଉଣ୍ଟ ପାଇଁ ସ୍ମାର୍ଟ ଆମ୍ୟୁନିସନ୍ ଅନ୍ତର୍ଭୁକ୍ତ। LPD ଗୁଡ଼ିକ ସ୍ଥଳସେନା ଏବଂ ବାୟୁସେନା ସହିତ ମିଳିତ ଭାବେ ଉଭୟଚର ଆକ୍ରମଣ କାର୍ଯ୍ୟ କରିବା ସହ ଶାନ୍ତି ରକ୍ଷା, ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ପରିଚାଳନା ପାଇଁ ବ୍ୟବହୃତ ହେବ। DRDO ଦ୍ୱାରା ବିକଶିତ ଆଡଭାନ୍ସଡ୍ ଲାଇଟୱେଟ୍ ଟର୍ପେଡୋ ସବମେରାଇନଗୁଡ଼ିକୁ ଟାର୍ଗେଟ କରିପାରିବ।

ବାୟୁସେନା ପାଇଁ ‘Collaborative Long Range Target Saturation/Destruction System’ (CLRTS/DS)କୁ DAC ଅନୁମୋଦନ କରିଛି। ଏହି ପ୍ରଣାଳୀ ସ୍ୱୟଂଶାସିତ ଭାବରେ ଉଡ଼ାଣ, ଅବତରଣ, ନାଭିଗେଟ୍, ଧରିବା ଏବଂ ମିଶନ କ୍ଷେତ୍ରରେ ପେଲୋଡ୍ ପ୍ରଦାନ କରିବାର କ୍ଷମତା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri