ୟୁକ୍ରେନ୍‌ ପ୍ରସଙ୍ଗରେ ସୁରକ୍ଷା ପରିଷଦରେ ମତଦାନରୁ ବିରତ ରହିଲା ଭାରତ…

ଜେନେଭା, ୧।୨ : ୟୁକ୍ରେନ୍‌ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଆଗରେ ଏକ ଗମ୍ଭୀର କୂଟ ନୈତିକ ଆହ୍ବାନ ସୃଷ୍ଟି ହୋଇଛି। ମୋଦି ସରକାରଙ୍କ ସାମ୍ନାରେ ନୂତନ ଏବଂ ପୁରୁଣା ବନ୍ଧୁମାନଙ୍କ ମଧ୍ୟରେ ଚୟନର ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କଟ ଦେଖାଦେଇଛି । ଉଲ୍ଲେଖନୀୟ କଥା ହେଉଛି, ୟୁକ୍ରେନ୍‌ ପ୍ରସଙ୍ଗରେ ଆମେରିକା ଏବଂ ରୁଷିଆ ମଧ୍ୟରେ ତିକ୍ତତା ଏକ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ଅତୀତରେ ଚାଇନା ରୁଷିଆ ସପକ୍ଷରେ ଅପିଲ୍‌ କରିଥିଲା ଏବଂ ଉଭୟ ଭାରତ ପାଇଁ ଚୟନ କରିବାକୁ କୂଟନୈତିକ ପଦକ୍ଷେପ ନେଇଥିଲା।

ଏଭଳି ପରିସ୍ଥିତିରେ ଭାରତ ସୋମବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନ୍‌ ପ୍ରସଙ୍ଗରେ ମତଦାନରୁ ବିରତ ରହିଛି ଏହି ପ୍ରସଙ୍ଗଠାରୁ ଦୂରରେ ରହିବାକୁ ଉଚିତ ବୋଲି ମଣିଛି। କୂଟନୈତିକସ୍ତରରେ ମଧ୍ୟ ଏହା ଆବଶ୍ୟକ ଥିଲା।

ଯଦି ଭାରତ ରୁଷିଆ ସପକ୍ଷରେ ଭୋଟ ଦେଇଥାନ୍ତା, ତେବେ ଆମେରିକା ସମେତ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ କ୍ରୋଧିତ ହୋଇଥାନ୍ତେ। ଅପରପକ୍ଷରେ, ଯଦି ଭାରତ ୟୁକ୍ରେନ୍‌କୁ ସମର୍ଥନ କରିଥାନ୍ତା, ତେବେ ରୁଷିଆ ସହ ସମ୍ପର୍କ ଉପରେ ଏହାର ଗୁରୁତର ପ୍ରଭାବ ପଡିଥାନ୍ତା।

ଏଭଳି ପରିସ୍ଥିତିରେ ମଧ୍ୟମ ରାସ୍ତା ବାଛିବା ସହ ଭାରତ ଭୋଟ ଦେବା ଠାରୁ ଦୂରତା ରକ୍ଷା କରିଥିଲା।

ଭାରତ ସହିତ ଗୋବାନ୍‌ ଏବଂ କେନିଆ ମତଦାନର କରି ନାହାନ୍ତି।

ଚାଇନା ଏବଂ ରୁଷିଆ ବିରୋଧରେ ଭୋଟ ଦେଇଛନ୍ତି। ସେହିପରି ନରୱେ, ଫ୍ରାନ୍ସ, ଆମେରିକା, ବ୍ରିଟେନ, ଫ୍ରାନ୍ସ, ଆୟର୍ଲାଣ୍ଡ, ବ୍ରାଜିଲ ଏବଂ ମେକ୍ସିକୋ ସମେତ ଅନ୍ୟ ୧୦ ଜଣ ପରିଷଦ ସଦସ୍ୟ ସପକ୍ଷରେ ଭୋଟ ଦେଇଛନ୍ତି।

ସୁରକ୍ଷା ପରିଷଦର କାର୍ଯ୍ୟଧାରାକୁ ଆଗେଇ ନେବାକୁ ୯ଟି ଭୋଟର ଆବଶ୍ୟକତା ରହିଥାଏ।

Share