ରୁଷିଆ ବିରୋଧରେ ମତଦାନରୁ ବିରତ ରହିଲା ଭାରତ

ନ୍ୟୁୟର୍କ,୧୫।୧୧: ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆକୁ ଦାୟୀ କରିବାକୁ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ରେ ଆହ୍ବାନ ଦିଆଯାଇଛି। ଏହି ଆକ୍ରମଣ ଯୋଗୁ ୟୁକ୍ରେନରେ ହୋଇଥିବା ସମସ୍ତ କ୍ଷତି ପାଇଁ ରୁଷିଆ କ୍ଷତିପୂରଣ ଦେବା ଉଚିତ ବୋଲି ୟୁଏନଜିଏରେ ଏକ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବ ଉପରେ ୟୁଏନଜିଏରେ ମତଦାନ କରାଯାଇଥିଲା। ମୋଟ ୯୪ ଦେଶ ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବାବେଳେ ୧୪ଟି ଏହା ବିରୋଧରେ ମତ ଦେଇଛନ୍ତି। ଭାରତ ସମେତ ୭୩ଟି ଦେଶ ଭୋଟ ଗ୍ରହଣରେ ଭାଗ ନେଇ ନାହାଁନ୍ତି।
ଆରମ୍ଭରୁ ରୁଷିଆ ଏବଂ ୟୁକ୍ରେନ ପ୍ରସଙ୍ଗରେ ଭାରତ ନିଜର ସ୍ବାଧୀନ ସ୍ଥିତି ବଜାୟ ରଖିଛି । ଭାରତ ଏହା ମଧ୍ୟ କହିଛି ଯେ ସେମାନେ ଆଦୌ ଯୁଦ୍ଧକୁ ସମର୍ଥନ କରୁନାହାଁନ୍ତି ଏବଂ ବର୍ତ୍ତମାନ ଯୁଦ୍ଧ ପାଇଁ ସମୟ ଠିକ ନୁହେଁ। ତେବେ ଭାରତ ରୁଷିଆକୁ ଖୋଲାଖୋଲି ଭାବେ ନିନ୍ଦା କରି ନାହିଁ।

Share