ଏହି ଜିଲାରେ ୩ ଦିନ ପରେ ପାଳିତ ହେବ ସ୍ବାଧୀନତା ଦିବସ…

କୋଲକାତା,୧୫।୮: ଭାରତ ସାରା ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଛି। ତେବେ ପଶ୍ଚିମବଙ୍ଗର ନଦିଆ ଜିଲାରେ ୩ ଦିନ ପରେ ଅଗଷ୍ଟ ୧୫ ବଦଳରେ ଅଗଷ୍ଟ ୧୮ରେ ସ୍ବାଧୀନତା ଦିବସ ପାଳିତ ହେବ। ୧୯୪୭ ଅଗଷ୍ଟ ୧୨ରେ ରେଡ଼ିଓରେ ଖବର ପ୍ରସାରିତ ହୋଇଥିଲା ଯେ, ଭାରତକୁ ସ୍ବାଧୀନତା ମିଳିଯାଇଛି। ତେବେ ଖବରରେ କୁହାଯାଇଥିଲା ନଦିଆ ଜିଲାକୁ ପୂର୍ବ ପାକିସ୍ତାନରେ ସାମିଲ୍‌ କରାଯାଇଛି। ଖବର ପ୍ରଚାରିତ ହେବା ପରେ ନଦିଆରେ ଦଙ୍ଗା ଆରମ୍ଭ ହୋଇଯାଇଥିଲା। ଏହାପରେ ନଦିଆ ଜିଲାକୁ ଭାରତରେ ସାମିଲ୍‌ କରାଯାଇ ମାନଚିତ୍ରରେ କେତେକ ପରିବର୍ତ୍ତନ କରାଯାଇଥିଲା। ଏନେଇ ଅଗଷ୍ଟ ୧୭ରେ ଘୋଷଣା କରାଯାଇଥିଲା। ଏହା ପରଦିନ ଏଠାରେ ଭାରତର ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହାପରେ ସ୍ଥାନୀୟ ବାସିନ୍ଦାଙ୍କ ଦାବିକୁ ଦୃଷ୍ଟିରେ ରଖି ଭାରତ ସରକାର ୧୯୯୧ରେ ଏଠାରେ ପ୍ରତିବର୍ଷ ଅଗଷ୍ଟ ୧୮ରେ ସ୍ବାଧୀନତା ଦିବସ ପାଳନ କରାଯିବା ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ଏଠାରେ ଏହି ଧାରା ଏବେ ବି ଜାରି ରହିଛି।

Share