ଦିଗପହଣ୍ଡିରେ ପାଳିତ ହେଲା ସ୍ବାଧୀନତା ଦିବସ

ଦିଗପହଣ୍ଡି,୧୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ପୁରପଲ୍ଲୀରେ ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି କୋର୍ଟରେ ମାଜିଷ୍ଟ୍ରେଟ ସଞ୍ଜୟ ଶୁଭବ୍ରତ ଆଚାର୍ଯ୍ୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍ଥାନୀୟ ଏନଏସି କାର୍ଯ୍ୟାଳୟ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ବଜାର ଗାନ୍ଧୀ ଛକଠାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ କୋଭିଡ୍‌ କଟକଣା ଦୃଷ୍ଟିରୁ ପରେଡ୍‌ କାର୍ଯ୍ୟକ୍ରମ କରା ନ ଯାଇ ସ୍ବଳ୍ପ ସଂଖ୍ୟକ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ଖେମୁଣ୍ଡି ଓକିଲ ସଂଘ କାର୍ଯ୍ୟାଳୟରେ ସଂଘର ଅଧ୍ୟକ୍ଷ ପରେଶ ଚନ୍ଦ୍ର ରଥ, ତହସିଲ କାର୍ଯ୍ୟାଳୟରେ ତହସିଲଦାର ଅଦୈତ କୁମାର ସ୍ବାଇଁ, ବ୍ଲକ କାର୍ଯ୍ୟାଳୟ ଠାରେ ବିଡିଓ ହଳଧର ଶବର, ଥାନାରେ ଆଇଆଇସି ବସନ୍ତ କୁମାର ସେଠୀ, ବନବିଭାଗ କାର୍ଯ୍ୟାଳୟରେ ପ୍ରମୋଦ ଚନ୍ଦ୍ର ଖଡ଼ଗରାୟ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଉପ ନିର୍ବାହୀ ଯନ୍ତ୍ରୀ ଇଂ. ସୋମନାଥ ହୋତା ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସହରର ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ଅଫିସ କାର୍ଯ୍ୟାଳୟ ମାନଙ୍କରେ ସ୍ବାଧୀନତା ଦିବସ ପାଳନ କରାଯାଇଛି।