Categories: ଜାତୀୟ

ପ୍ରଥମଥର ପାଇଁ ସ୍ୱାଧିନତା ଦିବସରେ ଲାଲକିଲାରୁ ହେଲା ପୁଷ୍ପ ବୃଷ୍ଟି

ନୂଆଦିଲ୍ଲୀ,୧୫ ।୮: ସ୍ୱାଧିନତାର ଅମୃତ ମହୋତ୍ସବକୁ ସ୍ୱତନ୍ତ୍ର କରିବା ପାଇଁ ବିଶେଷ ପ୍ରସ୍ତୁତି କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଶର ବା କମଳା ରଙ୍ଗର ସାଫା ବା ପଗଡି ପିନ୍ଧି ଲାଲକିଲାରେ ପହଞ୍ଚିଥିଲେ । ତେବେ ପ୍ରଥମଥର ଲାଗି ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗିତ ଗାନ ସହ ଆକାଶମାର୍ଗରୁ ପୁଷ୍ପ ବୃଷ୍ଟି କରାଯାଇଥିଲା । ଏଇ ମୁହୂର୍ତ୍ତ ଥିଲା ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ । ବାୟୁସେନା ଦ୍ୱାରା ପୁଷ୍ପ ବୃଷ୍ଟି କରାଯାଇଥିଲା । ଜାତୀୟ ସଙ୍ଗିତ ଗାନ ସହ ବାୟୁସେନାର ୨ଟି ଏମ୍‌ଆଇ-୧୭ ୧ବି ହେଲିକପ୍ଟରରୁ ଗୋଲାପ ଫୁଲର ପାଖୁଡା ବିଛାଡି ହୋଇ ପଡିଥିଲା । ଗୋଟିଏ ହେଲିକପ୍ଟରକୁ ୱିଙ୍ଗ କମାଣ୍ଡର ବଲଦେବ ସିଂ ବିଷ୍ଟ ଉଡାଉଥିବା ବେଳେ ଅନ୍ୟଟିକୁ ୱିଙ୍ଗ କମାଣ୍ଡର ନିଖିଲ ମାଲହୋତ୍ରା ଉଡାଉଥିଲେ ।

Share