Categories: ଜାତୀୟ

କଂଗ୍ରେସ ବିଧାୟକଙ୍କୁ ନିନ୍ଦା କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୭।୧୨: କର୍ନାଟକର କଂଗ୍ରେସ ବିଧାୟକ କେ ଆର ରମେଶ କୁମାରଙ୍କ ‘ବଳାତ୍କାରର ମଜା ନିଅ’ ମନ୍ତବ୍ୟକୁ ନେଇ ନିନ୍ଦା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା। କଂଗ୍ରେସ ନେତ୍ରୀ ଟୁଇଟ୍‌ କରି ଲେଖିଛନ୍ତି, କେ ଆର ରମେଶ କୁମାରଙ୍କ ମନ୍ତବ୍ୟକୁ ମୁଁ ସମ୍ପୂର୍ଣ୍ଣ ହୃଦୟରୁ ନିନ୍ଦା କରୁଛି। କୌଣସି ବ୍ୟକ୍ତି ଏଭଳି ଶବ୍ଦର ଉଚାରଣ କେଉଁ ଭଳି କରିପାରିବେ, ମୁଁ ତାହା ବୁଝିପାରୁ ନାହିଁ। ବଳାତ୍କାର ଏକ ଜଘନ୍ୟ ଅପରାଧ। ପୂର୍ଣ୍ଣଛେଦ।

ତେବେ କଂଗ୍ରେସ ବିଧାୟକଙ୍କ ମନ୍ତବ୍ୟ ପାଇଁ ପ୍ରିୟଙ୍କାଙ୍କୁ ଟାର୍ଗେଟ କରିଛନ୍ତି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମ୍ରିତି ଇରାନୀ। “ମହିଳା ସଶକ୍ତିକରଣ ବିଷୟରେ କଥା କହିବା ଏବଂ ‘ଲଡକି ହୁଁ, ଲଡ ସାକତି ହୁଁ’ (ମୁଁ ଝିଅଟେ, ଲଢ଼େଇ କରିପାରିବି) ଭଳି ସ୍ଲୋଗାନ ଦେବା ପୂର୍ବରୁ କଂଗ୍ରେସ ଏଭଳି ନେତାଙ୍କୁ ବହିଷ୍କାର କରିବା ଦରକାର ” ବୋଲି ସ୍ମ୍ରିତି ଇରାନୀ କହିଛନ୍ତି। କର୍ନାଟକ ବିଧାନସଭାରେ ବଳାତ୍କାର ଉପରେ ବିବାଦୀୟ ଟିପ୍ପଣୀ ପାଇଁ କଂଗ୍ରେସ ବିଧାୟକଙ୍କୁ ଅନେକ ନେତା ସମାଲୋଚନା କରିଛନ୍ତି।

Share