Categories: ଖେଳ

ଟସ୍‌ ଜିତିଲା ଭାରତ, ବ୍ୟାଟିଂ ନିଷ୍ପତ୍ତି

କଲମ୍ବୋ,୧୨।୯: ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ସୁପର ୪ ପର୍ଯ୍ୟାୟରେ ମଙ୍ଗଳବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯାଉଛି। ଏଥିରେ ଭାରତ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ତେବେ ଦଳରେ ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ସୁଯୋଗ ଦିଆଯାଇଥିବା ଅଧିନାୟକ ରୋହିତ ଶର୍ମା କହିଛନ୍ତି।

କହିରଖୁଛୁ, ଭାରତୀୟ ଟିମ୍‌ ରିଜର୍ଭ ଡେ’ରେ ଖେଳାଯାଇଥିବା ମୁକାବିଲାରେ ପାକିସ୍ତାନକୁ ୨୨୮ ରନ୍‌ରେ ପରାଜିତ କରିଥିଲା। ଏବେ ଦଳ ଲଗାତାର ତୃତୀୟ ଦିନ ପାଇଁ ଶ୍ରୀଲଙ୍କା ବିପକ୍ଷରେ ମଇଦାନକୁ ଓହ୍ଲାଇଛି। ଯଦି ଭାରତ ଏହି ମ୍ୟାଚ୍‌ ଜିତେ ତେବେ ଫାଇନାଲ ଖେଳିବା ସୁନିଶ୍ଚିତ ହୋଇଯିବ।

Share