Categories: ଖେଳ

‘ତୁମେ କେତେ ସୁନ୍ଦର, ମୁଁ ତୁମକୁ ସ୍ପର୍ଶ କରିପାରିବି କି’

ହରାରେ,୨୧।୮: ଆଘାତ ପରେ ଦୀପକ ଚହର ଅନ୍ତର୍ଜାତୀୟ କ୍ରିକେଟରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଛଅ ମାସର ଆଘାତ ପରେ ଜିମ୍ବାୱେ ବିପକ୍ଷ ପ୍ରଥମ ଦିନିକିଆରେ ୩ଟି ଉଇକେଟ ନେଇ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ। ଏହି ସମସ୍ତ ଉଇକେଟ ପ୍ରଥମ ପାୱାରପ୍ଲେ ଭିତରେ ଚହର ନେଇଥିଲେ। ତାଙ୍କର ବୋଲିଂ ପ୍ରଦର୍ଶନ ଜିମ୍ବାୱେରେ ଅନେକ ପ୍ରଶଂସା କରାଯାଇଛି। ଚହର କେବଳ ଭାରତୀୟ ପ୍ରଶଂସକଙ୍କ ସମର୍ଥନ ପାଇନାହାଁନ୍ତି, ସେଠାରେ ଥିବା ଘରୋଇ ପ୍ରଶଂସକମାନେ ମଧ୍ୟ ଚହରଙ୍କୁ ବହୁତ ସମର୍ଥନ କରିଥିଲେ।
ଜିମ୍ବାୱେ ଖବରଦାତା, ଗ୍ରାଉଣ୍ଡ କର୍ମଚାରୀ ଏବଂ ସୁରକ୍ଷା କର୍ମୀ ସମସ୍ତେ ଚହରଙ୍କ ସହ ଫଟୋ ଉଠାଇବା ସହ ଅଟୋଗ୍ରାଫ ନେବାକୁ ଚାହୁଁଥିଲେ। ନିକଟରେ ଚହର ଜଣେ ମହିଳା ପ୍ରଶଂସକଙ୍କ ସହ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ମହିଳା ପ୍ରଶଂସକମାନେ ଦୀପକ ଚହରଙ୍କ ସହ ସେଲଫି ପାଇଁ ଅନୁମତି ନେଉଥିବାର ନଜର ଆସିଥିଲେ।
ପରେ କହିଳା ଜଣଙ୍କ କହିଥିଲେ, ମୁଁ ତୁମକୁ ସ୍ପର୍ଶ କରିପାରିବି କି? ଏହା ପରେ ସେ ଦୀପକ ଚହରଙ୍କ ସହ ସେଲଫି ମଧ୍ୟ ନେଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ଜଣେ ମହିଳା ପ୍ରଶଂସକ କହିଛନ୍ତି – ଆମେ ବହୁତ ଖୁସି। ଦୀପକ ଚହର ଦେଖିବାକୁ ବହୁତ ସୁନ୍ଦର। ଏହି ସମୟରେ ଚହର ଟିକେ ଲାଜେଇ ମହିଳାଙ୍କ ସହ ପୋଜ୍‌ ଦେଇଥିଲେ।

Share