Categories: ଖେଳ

ଆଜି ଭାରତ-ଜିମ୍ବାୱେ ପ୍ରଥମ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ହରାରେ,୧୮।୮: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଆଜି ହରାରେଠାରେ ଖେଲାଯିବ। ଏହି ସିରିଜରେ ଲୋକେଶ ରାହୁଲ ଭାରତୀୟ ଦଳର ଅଧିନାୟକ ଅଛନ୍ତି। ଦୀର୍ଘ ଦିନ ପରେ ରାହୁଲ ଆହତରୁ ଦଳକୁ ଫେରିଛନ୍ତି। ତାଙ୍କ ବ୍ୟତୀତ ଦୀପକ ଚହର ମଧ୍ୟ କିଛି ମାସ ପରେ କ୍ରିକେଟ ପଡ଼ିଆକୁ ଫେରୁଛନ୍ତି। ସମସ୍ତ ନଜର ଏହି ଦୁଇ ଖେଳାଳିଙ୍କ ଉପରେ ରହିବ। ଏହା ବ୍ୟତୀତ ଅନେକ ଯୁବ ଖେଳାଳିଙ୍କୁ ମଧ୍ୟ ଏହି ସିରିଜରେ ସୁଯୋଗ ଦିଆଯାଇଛି।
ନିକଟରେ ଜିମ୍ବାୱେ ଦଳ ବାଂଲାଦେଶ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଦିନିକିଆ-ଟି୨୦ ସିରିଜ ଜିତିଥିଲା। ଏଭଳି ପରିସ୍ଥିତିରେ ଦୁଇ ଦଳ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଆଶା କରାଯାଉଛି।

ଭାରତ ଏବଂ ଜିମ୍ବାୱେ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ହରାରେର ସୁପର ସ୍ପୋର୍ଟସ କ୍ଲବ ଗ୍ରାଉଣ୍ଡରେ ଖେଳାଯିବ। ଏହି ମ୍ୟାଚ ଭାରତୀୟ ସମୟ ରାତି ୧୨.୪୫ରୁ ଖେଳାଯିବ। ଏହି ସିରିଜ ସୋନି ସ୍ପୋର୍ଟସ ନେଟୱାର୍କରେ ବିଭିନ୍ନ ଭାଷାରେ ଦେଖିପାରିବେ। ମ୍ୟାଚ୍‌ର ଲାଇଭ ଷ୍ଟ୍ରିମିଂ ସୋନି ଲିଭ୍‌ ଆପରେ ଦେଖିବାକୁ ମିଳିବ। ଏହି ମ୍ୟାଚ ଡିଡି ସ୍ପୋର୍ଟସ ଚ୍ୟାନେଲରେ ପ୍ରସାରିତ ହେବ। ଡିଡି ସ୍ପୋର୍ଟସ ଚ୍ୟାନେଲ ପାଇଁ କୌଣସି ଦେୟ ନାହିଁ।

ଭାରତର ସମ୍ଭାବ୍ୟ ଦଳ
ଶୁଭମାନ ଗିଲ, ଶିଖର ଧାୱନ, ରାହୁଲ ତ୍ରିପାଠୀ, କେ.ଏଲ ରାହୁଲ, ସଞ୍ଜୁ ସାମସନ, ଦୀପକ ହୁଡା, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଶାହବାଜ ଅହମ୍ମଦ, ଆବେଶ ଖାନ, ମହମ୍ମଦ ସିରାଜ, ଦୀପକ ଚହର।

ଜିମ୍ବାୱେର ସମ୍ଭାବ୍ୟ ଦଳ
ତାଡିୱାନେସ ମାରୁମାନି, ଟକୁଡଜୱାନେସ କୌଟାନୋ, ଇନୋସେଣ୍ଟ କାୟା, ୱେସଲି ମାଡେଭେରେ, ସିକନ୍ଦର ରଜା, ରେଗିସ ଚକବାୱା (ଅଧିନାୟକ), ଟନି ମୁନିଙ୍ଗା, ଲୁକ ଜୋଙ୍ଗୱେ, ବ୍ରାଡ ଇଭାନ୍ସ, ଭିକ୍ଟର ନିୟୁଚି, ତାନାକା ଚିୱାଙ୍ଗା।

Share