ସଞ୍ଜୁଙ୍କ ସ୍ଥାନ ନେବେ କି ବୈଭବ? ଚତୁର୍ଥ T20 ପୂର୍ବରୁ ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୨ା୧୦: ଇନ୍ଦୋରରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ହରାଇ ଭାରତୀୟ ଦଳ ସିରିଜ୍‌ରେ ୨-୧ରେ ଆଗୁଆ ହୋଇଛି । ତେବେ ଦଳର ଓପନିଂ ଯୋଡ଼ିକୁ ନେଇ ଚିନ୍ତା ଦୂର ହୋଇନାହିଁ । ବିଶେଷକରି ସଞ୍ଜୁ ସାମସନଙ୍କ କ୍ରମାଗତ ନିରାଶାଜନକ ପ୍ରଦର୍ଶନ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ତୃତୀୟ ଟି-୨୦ରେ ସେ ମାତ୍ର ୩ ରନ୍‌ କରି ଆଉଟ୍‌ ହୋଇଥିଲେ। ଏଭଳି ସ୍ଥିତିରେ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ସଞ୍ଜୁ ସାମସନଙ୍କ ଗତ ୬ଟି ଇନିଂସ୍‌ ମଧ୍ୟରୁ ୫ଟି ନିରାଶାଜନକ ରହିଛି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଖେଳିଥିବା ୮୨ ରନ୍‌ର ଇନିଂସ୍‌କୁ ଛାଡ଼ିଦେଲେ, ଅନ୍ୟ ଇନିଂସ୍‌ଗୁଡ଼ିକରେ ସେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି।

ଜାପାନ ବିପକ୍ଷରେ – ୯ ରନ୍‌ (୨୨ ସେପ୍ଟେମ୍ବର)

ଶ୍ରୀଲଙ୍କା ବିପକ୍ଷରେ – ୭ ରନ୍‌ (୧ ଅକ୍ଟୋବର)

ପାକିସ୍ତାନ ବିପକ୍ଷରେ – ୨ ରନ୍‌ (୩ ଅକ୍ଟୋବର)

ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ – ୧୧ ରନ୍‌ (୬ ଅକ୍ଟୋବର)

ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ – ୮୨ ରନ୍‌ (୯ ଅକ୍ଟୋବର)

ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ – ୩ ରନ୍‌ (୧୧ ଅକ୍ଟୋବର)

ଏହି ପ୍ରଦର୍ଶନରୁ ସଞ୍ଜୁଙ୍କ ଅସ୍ଥିର ଫର୍ମ ସ୍ପଷ୍ଟ ହେଉଛି । ଏହା ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ଲଗାତାର ଦୁଇଟି ଅର୍ଦ୍ଧଶତକକୁ ଛାଡ଼ିଦେଲେ, ସେ ରନ୍‌ କରିବାକୁ ସଂଘର୍ଷ କରୁଥିଲେ । ସଞ୍ଜୁଙ୍କ ଉପରେ ଏପର୍ଯ୍ୟନ୍ତ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଅଧିନାୟକ ଶ୍ରେୟସ ଆୟର ଭରସା ରଖିଆସିଛନ୍ତି । କିନ୍ତୁ ଲଗାତାର ଖରାପ ପ୍ରଦର୍ଶନ ଯୋଗୁଁ ଦଳର ରଣନୀତିରେ ପରିବର୍ତ୍ତନ ହୋଇପାରେ ବୋଲି ଆଲୋଚନା ହେଉଛି।

ଅନ୍ୟପଟେ, ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ସୁଯୋଗ ଅପେକ୍ଷାରେ ରହିଛନ୍ତି । ତାଙ୍କୁ ଖେଳୁଥିବା ଦେଖିବାକୁ ପ୍ରଶଂସକମାନେ ମଧ୍ୟ ଉତ୍ସୁ କ। ତେଣୁ ଆଗାମୀ ମ୍ୟାଚ୍‌ରେ ଦଳୀୟ ପରିଚାଳନା ସଞ୍ଜୁଙ୍କ ବଦଳରେ ବୈଭବଙ୍କୁ ସୁଯୋଗ ଦେବ କି ନାହିଁ, ତାହା ଉପରେ ନଜର ରହିବ । ତେବେ ଏନେଇ ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

 

Dharitri – Odisha’s No.1 Odia Daily

Share