Categories: ଖେଳ

ଅନ୍ତର୍ଜାତୀୟ କ୍ରିକେଟରେ ସ୍ବତନ୍ତ୍ର ଉପଲବ୍ଧି ହାସଲ କଲେ ଅଶ୍ୱିନ

ଡୋମିନିକା,୧୩।୭: ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ରବିଚନ୍ଦ୍ରନ ଅଶ୍ୱିନ ଏକ ସ୍ବତନ୍ତ୍ର ଉପଲବ୍ଧି ହାସଲ କରିଛନ୍ତି। ଅଶ୍ୱିନ ଅଲଜାରୀ ଜୋସେଫଙ୍କୁ ଆଉଟ୍‌ କରି ଅନ୍ତର୍ଜାତୀୟ କ୍ୟାରିୟରର ୭୦୦ ଉଇକେଟ ପୂରଣ କରିଛନ୍ତି। ଏହି ମ୍ୟାଚ୍‌ ପୂର୍ବରୁ ତାଙ୍କୁ ଏହି ଉପଲବ୍ଧି ହାସଲ କରିବାକୁ ୩ ଉଇକେଟର ଆବଶ୍ୟକତା ଥିଲା। ସେହିଭଳି ସେ ସର୍ବାଧିକ ଅନ୍ତର୍ଜାତୀୟ ଉଇକେଟ ନେବା ମାମଲାରେ ସେ ଦକ୍ଷିଣ ଆଫ୍ରିକାର ମହାନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କୁ ପଛରେ ପକାଇଛନ୍ତି। ଷ୍ଟେନଙ୍କ ନାମରେ ୬୯୯ ଅନ୍ତର୍ଜାତୀୟ ଉଇକେଟ ରହିଛି।
୭୦୦ରୁ ଅଧିକ ଉଇକେଟ ନେବା ମାମଲାରେ ଅଶ୍ୱିନ ତୃତୀୟ ଭାରତୀୟ ବୋଲର ପାଲଟିଛନ୍ତି। ଏହି ତାଲିକାରେ ଶୀର୍ଷରେ ଅନିଲ କୁମ୍ବଲେ ଅଛନ୍ତି। ତାଙ୍କ ନାମରେ ୯୫୬ ଉଇକେଟ ରହିଛି। ଦ୍ୱିତୀୟ ସ୍ଥାନରେ ହରଭଜନ ସିଂ(୭୧୧ ଉଇକେଟ) ରହିଛନ୍ତି। ବିଶ୍ୱ କ୍ରିକେଟ ବିଷୟରେ କଥା ହେଲେ ସର୍ବାଧିକ ଉଇକେଟ ନେବା ମାମଲାରେ ଅଶ୍ୱିନ ୧୬ତମ ସ୍ଥାନରେ ରହିଛି।

Share