Categories: ଖେଳ

ଟସ୍‌ ଜିତିଲା ଭାରତ: ରୋହିତ୍‌ଙ୍କୁ ବିଶ୍ରାମ

ଲଡରହିଲ,୭।୮:ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍‌ର ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆଜି ଫ୍ଲୋରିଡାଠାରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେଉଛନ୍ତି। ଭାରତ ପକ୍ଷରୁ ଖେଳୁଥିବା ଏକାଦଶରେ ଚାରୋଟି ପରିବର୍ତ୍ତନ କରାଯାଇଛି।
ଏହି ମୁକାବିଲାରେ ବିଜୟଧାରା ଅବ୍ୟାହତ ରଖିବା ଲାଗି ପ୍ରୟାସ କରିବ ଭାରତୀୟ ଦଳ। ଭାରତ ସିରିଜ୍‌ରେ ୩-୧ରେ ଆଗୁଆ ରହିଛି।

Share