Categories: ଖେଳ

ଅଶ୍ୱିନ୍‌-ଜାଡେଜା ଯୋଡି କଲେ କମାଲ୍‌

ଡୋମିନିକା,୧୩।୭: ଭାରତୀୟ ସ୍ପିନ ଯୋଡି ରବି ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜା ଏକ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ଅଶ୍ୱିନ-ଜାଡେଜାଙ୍କ ଯୋଡି ଭାରତ ପାଇଁ ୪୮୬ ଉଇକେଟ ନେଇ ଟେଷ୍ଟ ମ୍ୟାଚରେ ସର୍ବାଧିକ ଉଇକେଟ୍‌ ନେଇଥିବା ତାଲିକାରେ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକଗ୍ରାଥ ଏବଂ ଜେସନ ଗିଲେସ୍ପିିଙ୍କୁ ପଛରେ ପକାଇଛନ୍ତି। ଏହି ଯୋଡି ଟେଷ୍ଟ କ୍ରିକେଟ୍‌ରେ ୪୮୬ ଉଇକେଟ୍‌ ନେଇଥିଲେ।

ୱେଷ୍ଟଇଣ୍ଡିଜ ବିପକ୍ଷରେ ଡୋମିନିକା ଟେଷ୍ଟରେ ରବି ଅଶ୍ୱିନ ୫ ଉଇକେଟ ଏବଂ ରବିନ୍ଦ୍ର ଜାଡେଜା ୩ ଉଇକେଟ ନେଇଥିଲେ।

Share